Friday, March 29, 2024

Top 5 This Week

Related Posts

ଆଜିଠୁ ଭାରତ ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୩/୦୧) : ଆଜିଠୁ ଭାରତ ଶ୍ରୀଲଙ୍କା ଟି-୨୦ ସିରିଜ । ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ୩ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଆଜି ପଡିଆକୁ ଓହ୍ଲାଇବ ଭାରତୀୟ ଟିମ୍ ।

ଆଜିଠୁ ଭାରତ ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ସିରିଜ । ଶ୍ରୀଲଙ୍କା ବିପକ୍ଷ ଟି ଟ୍ୱେଣ୍ଟି ସ୍କାଡରେ ବିରାଟ କୋହଲି, ରୋହିତ ଶର୍ମା ଓ କେ.ଏଲ. ରାହୁଲଙ୍କୁ ବିଶ୍ରାମ ମିଳିଛି । ସେପଟେ ସେମାନଙ୍କ ସ୍ଥାନରେ ଶୁଭମାନ ଗିଲ, ଇଷାନ କିଷନ, ରୁତୁରାଜ ଗାଏକ୍ୱାର୍ଡଙ୍କୁ ସୁଯୋଗ ମିଳିଛି । ଏହି ତିନି ଯୁବ ଖେଳାଳି ଯଦି ଚଳିତ ସିଜିନରେ ଦକ୍ଷତାର ପ୍ରମାଣ ଦିଅନ୍ତି ତେବେ ଆଗକୁ ଟିମରେ ସ୍ଥାନ ପକ୍କା କରିବେ ବୋଲି କୁହାଯାଉଛି । ସେପଟେ ଦଶୁନ ସନକାଙ୍କ ନେତୃତ୍ୱରେ ପୁରା ଫର୍ମରେ ଥିବା ଶ୍ରୀଲଙ୍କା ଟିମ୍ ବିଦେଶ ମାଟିରେ ଜବରଦସ୍ତ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । ଓ୍ୱାଙ୍ଖଡେରେ ଆଜି ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମ୍ୟାଚ୍ ଦେଖିବା ନେଇ ଆଶା ରଖିଛନ୍ତି ଦର୍ଶକ । ଗତ ଟି-୨୦ ବିଶ୍ୱକପ୍ ପରଠାରୁ ଶ୍ରୀଲଙ୍କା କୌଣସି ଟି-୨୦ ମ୍ୟାଚ୍ ଖେଳିନାହିଁ । ଟି-୨୦ ଫର୍ମାଟରେ ଶ୍ରୀଲଙ୍କାର ପ୍ରଦର୍ଶନ ଭଲ ରହିଛି । ଦଳର ବୋଲିଂ ବିଭାଗ ମୁଖ୍ୟତଃ ହସରଙ୍ଗାଙ୍କ ଉପରେ ନିର୍ଭର କରିବ । ଗତ ବର୍ଷ ସେ ୭୩ଟି ୱିକେଟ୍ ନେଇଥିଲେ ।

Popular Articles