ଜିଲ୍ଲା ପରିଷଦ ସଭ୍ୟ ଙ୍କ ଘରେ ଚାଲିଥିଲା ନକଲି ମଦ ଫ୍ୟାକ୍ଟ୍ରି, ପହଞ୍ଚିଲା ଅବକାରୀ ସ୍କ୍ୱାଡ୍

0
100
ଜିଲ୍ଲା ପରିଷଦ ସଭ୍ୟ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୩/୦୧) : ଢେଙ୍କାନାଳ ୩ ନଂ ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଙ୍କ ଘରେ ନକଲି ମଦ ଫ୍ୟାକ୍ଟ୍ରି ଠାବ । ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣର ନକଲି ମଦ ଓ ମଦ ତିଆରି ସାମଗ୍ରୀ ଜବତ ।GP member ଜିଲ୍ଲା ପରିଷଦ ସଭ୍ୟ ଙ୍କ ଘରେ ଚାଲିଥିଲା ନକଲି ମଦ ଫ୍ୟାକ୍ଟ୍ରି, ପହଞ୍ଚିଲା ଅବକାରୀ ସ୍କ୍ୱାଡ୍

ବେଆଇନ ମଦ ଫ୍ୟାକ୍ଟ୍ରି ଚଳାଉଥିବା ଓ ମଦ ଚୋରାଚାଲାଣ କରୁଥିବାରୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀଙ୍କୁ ଗିରଫ କରିଲା ଅବକାରୀ ବିଭାଗ । ଗତକାଲି ରାତିରେ ସୁବାସଙ୍କ ଭୁବନ ଏକତାଳି ଗାଁ ଘରେ ଏହି ମଦ ଫ୍ୟାକ୍ଟ୍ରି ଠାବ ହୋଇଛି । ଏହି ରାକେଟରେ ସମ୍ପୃକ୍ତ ଯାଜପୁର ଜଖପୁରା ଥାନାର କନଷ୍ଟେବଲ ସୁଶାନ୍ତ ଦଳେଇଙ୍କୁ ଗିରଫ କରିଛି ଅବକାରୀ ସ୍କ୍ୱାଡ୍ । ଏହାଛଡ଼ା ଏହି ନକଲି ମଦ କାରବାରରେ ଭୁବନ ମୃଦଙ୍ଗା ଗାଁର ଅରବିନ୍ଦ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି । ବେଆଇନ ଭାବେ ଚାଲୁଥିବା ଏହି ଫ୍ୟାକ୍ଟ୍ରିରୁ ପ୍ରଚୁର ପରିମାଣର ନକଲି ବିଦେଶୀ ମଦ ଓ ମଦ ତିଆରି ଜିନିଷ ଜବତ କରାଯାଇଛି ।

ଗିରଫ କନେଷ୍ଟବଳଙ୍କ ଠାରୁ ୨ଟି ଅଫୁଟା ଗୁଳିଜବତ କରାଯାଇଛି । ବିଶେଷ ସୂତ୍ରରୁ ଖବର ପାଇ ଢେଙ୍କାନାଳ ଅବକାରୀ ବିଭାଗ ଚଢାଉ କରିବା ବେଳେ ଏହି ନକଲି ମଦଫ୍ୟାକ୍ଟ୍ରି ଠାବ କରିଛି । ଏହି ନକଲି କାରଖାନାରୁ ୫୧ ଲିଟର ନକଲି ବିଦେଶୀ ମଦ, ଏକ କେଜି କାରାମେଲ କେମିକାଲ, ଜାମାଇକା ରମ ୮୦୦ ମିଲି ଲିଟର, ଗୋଟିଏ ସିଲ ମେସିନ, ୨୪୦ଟି ନଂ-୧ ରମ, ୯୦ ଠିପି ଓସି ବ୍ଲୁ ,୧୫ ଠିପି ଇମ୍ପେରିସିଆଲ ବ୍ଲୁ , ୭୦ ଠିପି ନଂ-୧ ହ୍ୱିସ୍କି, ଡୁପ୍ଲିକେଟ ଫ୍ରଣ୍ଟ ସାଇଟ ଲେବୁଲ ୮୬୦ଟି, ବ୍ୟାକ ସାଇଟ ଡୁପ୍ଲିକେଟ ଲେବୁଲ ୯୦୩ ଟି ଓ କିଛି ନକଲି ମଦ ବୋତଲ ମଧ୍ୟ ଜବତ ହୋଇଛି । ସମସ୍ତଙ୍କୁ ଗିରଫ ପରେ ଆଜି କୋର୍ଟଚାଲାଣ କରାଯାଇଛି ।