ପଦମପୁର ଠାରେ ଗଣ ପର୍ବ ଚଇତି ମହୋତ୍ସବ ଶୁଭ ଆରମ୍ଭ ହୋଇଯାଇଛି

0
97
ପଦମପୁର

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୦୩/୦୧) : ରାୟଗଡ଼ା ଜିଲ୍ଲା ପଦମପୁର ବ୍ଲକ୍ ରେ ଆଜି ଗଣ ପର୍ବ ଚଇତି ର ଶୁଭ ଉଦ୍ଘାଟନ ମଶାଲ ଜାଳି ହୋଇ ସାରିଛି ।WhatsApp Image 2023 01 02 at 17.29.57 ପଦମପୁର ଠାରେ ଗଣ ପର୍ବ ଚଇତି ମହୋତ୍ସବ ଶୁଭ ଆରମ୍ଭ ହୋଇଯାଇଛି

ପଦମପୁର ଠାରେ ଗଣ ପର୍ବ ଚଇତି ମହୋତ୍ସବ ଶୁଭ ଆରମ୍ଭ ହୋଇଯାଇଛି । ଏଠାରେ ଆଜି ପ୍ରଭାତ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଣୀ ଶ୍ରୀମତୀ ରିନା ପ୍ରଧାନ ଏବଂ ସମିତି ଅଧ୍ୟକ୍ଷା ଶ୍ରୀମତୀ ମଣିମାଳା ଶବର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଗୁଦିଆବନ୍ଧ ବସନ୍ତ ବିଦ୍ୟାପୀଠ ର କ୍ରୀଡା ଶିକ୍ଷକ ଓଡି ମୂରଲୀସ୍ୱର ଙ୍କ ତତ୍ତ୍ଵାବଧାନରେ ଭୋର୍ ୭.ଘଣ୍ଟା ୩୦ ମିନିଟ ରେ ଗ୍ରାମଦେବୀଙ୍କ ପୀଠ ରେ ପୂଜା ଅର୍ଚ୍ଚନା କରି ମଶାଲ ଜାଳି ଗ୍ରାମ ପରିକ୍ରମା କରିଥିଲେ । ଏହା ପରେ ସର୍ବ ସାଧରଣଙ୍କ ମାରାଥନ କାର୍ଯ୍ୟକ୍ରମ ରେ ବହୁ ଲୋକ ଯୋଗଦେଇ ଅତି ସୂଚାରୁ ରୂପେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ।