Friday, March 29, 2024

Top 5 This Week

Related Posts

ହତ୍ୟା କରିଥିବା ଅଭିଯୁକ୍ତ ଫେରାର ଘଟଣାରେ ତିନି ପୁଲିସ କର୍ମଚାରି ନିଲମ୍ବିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୦୨/୦୧) : ନିଜ ସାନ ଭାଇକୁ ବଡ ଭାଇ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିବା ମୁଦୁଲା ଡମ୍ବୁରୁ ପୁସିକା କଲ୍ୟାଣସିଂହପୁର ଥାନା ପରିସରରୁ ପୁଲିସକୁ ତକମା ଦେଇ ଫେରାର ହୋଇଗଲା ।WhatsApp Image 2023 01 02 at 10.38.58 ହତ୍ୟା କରିଥିବା ଅଭିଯୁକ୍ତ ଫେରାର ଘଟଣାରେ ତିନି ପୁଲିସ କର୍ମଚାରି ନିଲମ୍ବିତ

ହତ୍ୟା କରିଥିବା ଅଭିଯୁକ୍ତ ଫେରାର ହୋଇ ଚାରିଦିନ ହୋଇଥିଲେ ମଧ୍ୟ ମୁଦୁଲାର ଟେର ପାଉନି ପୁଲିସ । ଏହି ଘଟଣାକୁ ନେଇ ଜିଲା ଅଧିକାରି ତିନିଜଣ ପୁଲିସ କର୍ମଚାରୀ ଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବିଶେଷ ସୂତ୍ରରୁ ଜଣା ପଡିଛି କିନ୍ତୁ ଏହି ଖବର ବିଷୟରେ ପୁଲିସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ମିଳିନି । ଏହି ତିନି ନିଲମ୍ବିତ ପୁଲିସ କର୍ମଚାରୀଙ୍କ ମଧ୍ୟରୁ ଜଣେ ଏସଆଇ ସମେତ ଦୁଇଜଣ କନେଷ୍ଟେବୁଲ ବଲି ଜଣା ପଡିଛି ।

ଏହି ଘଟଣାରେ କେଉଁ କର୍ମଚାରୀ ପ୍ରକୃତରେ ନିଜ କାର୍ଯ୍ୟରେ ଅବହେଳା କରିଛି ଏହାର ପ୍ରକୁତ ତଦନ୍ତ କରି ଆଇନ ଅନୁଯାୟୀ ଉକ୍ତ ଅଧିକାରୀଙ୍କୁ ଦଣ୍ଡିତ ଦବାର ଆବଶ୍ୟକ ରହିଛି କିନ୍ତୁ ଏହି ଘଟଣାରେ ମାତ୍ର ତଳିଆ କର୍ମଚାରୀ ମାନେ ବଳି ପଡୁଥିବା ଓ ଉପର ଅଧିରାରୀ ମାନେ ଫିଟି ଜାଉଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଏଇଠି ପ୍ରଶ୍ନ ଉଠୁଛି ହତ୍ୟା କରିଥିବା ମୁଦୁଲାକୁ ଯେଉଁଦିନ ଥାନାକୁ ଆଣି ଅଟକ ରଖାଗଲା ସେହିଦିନ ଜେନରାଲି ଡାଇରି ( ଜିଡି ) କରା ହୋଇଛି ନା ନାହିଁ ।

ମୁଦୁଲାକୁ ଯୋଗି ରହିବାପାଇଁ ସେଣ୍ଟ୍ରି ବଣ୍ଟା ଯାଇଥିଲାକି ନାହିଁ । ଯଦି ମୁଦୁଲାକୁ ଯୋଗିବାକୁ ମୃତୟନ କରା ଯାଇଥିଲା ତାହାହେଲେ ସେମାନଙ୍କୁ କମାଣ୍ଚ ସାଟିଫିକେଟ (ପରିଚୟ ପତ୍ର) ଦିଆ ହୋଇଥିଲା କି ନାହିଁ ଏହାର ଉଚ୍ଚ ସ୍ତରୀୟ ପ୍ରକୃତ ତଦନ୍ତ କଲେ ସବୁ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ପୁଲିସ ଥାନା ପରିସରରେ ସିଆରପିଏଫ କ୍ୟାମ୍ପ ସହ ଥାନାରେ ଜଣେ ଆଇଆଇସି, ତିଜଣ ଏସଆଇ ଜଣେ ଏଏସଆଇ ରହିବା ସତ୍ତେ ହତ୍ୟା କରିଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଗଲା ଏହି ଘଟଣାକୁ ନେଇ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ଆଇନ ଉପରେ ଲୋକଙ୍କ ବିଶ୍ବାସ ତୁଟି ଯାଉଛି ।

ସୂଚନା ଯୋଗ୍ୟ, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପାର୍ଶାଲି ପଞ୍ଚାୟତ ଲାମ୍ବା ଗ୍ରାମରେ ଚଳିତ ୨୭ ତାରିଖ ଦିନ ଏକ ଅଭାବନୀୟ ଘଟଣା ଘଟିଥିଲା । ବଡ଼ଭାଇ ଡମ୍ବୁ ପୁସିକା ସାନ ଭାଇ ମିନ୍ଦୁରୁ ପୁସିକା (୨୧) କୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଗତକାଲି ନିୟମଗିରି ପାହାଡ ଉପରେ ଲମ୍ବା ଗ୍ରାମର ଲୋକମାନେ ପୂଜା ଅର୍ଚ୍ଚନା କରିବା ପାଇଁ ଯାଇଥିଲେ । ସେଠାରେ ଦୁଇ ଭାଇ ମଧ୍ୟରେ କିଛି ସମୟ ପାଟି ତୁଣ୍ଡ ହୋଇଥିଲା।ସନ୍ଧ୍ୟାରେ ବଡ଼ଭାଇ ଡମ୍ବୁ ସାନ ଭାଇକୁ ହତ୍ୟା କରିବି କହି ଧମକ ଦେଇଥିଲା । ସନ୍ଧ୍ୟା ପ୍ରାୟ ଛଅ ଘଣ୍ଟା ସମୟରେ ଘରକୁ ଫେରିବା ପରେ ଏକ ଟାଙ୍ଗିଆରେ ମିନ୍ଦୁରୁ କୁ ହାଣି ହତ୍ୟା କାରିଥିଲା ।

ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମରେ ଟାଙ୍ଗିଆ ଧରି ଲୋକଙ୍କୁ ହଣୀବି କହି ଭୟଭୀତ କରାଇଥିଲା ।କେହିବି କିଛି ନକହି ତାଟି କବାଟ ଦେଇ ଘରେ ରହିଥିଲେ । ପରେ କିଛି ଲୋକ ଥାନାରେ ଜଣାଇଥିଲେ । ମା ଟେଲାଡି ପୁସିକା ସନ୍ଧ୍ୟା ପାଞ୍ଚଟା ସମୟରେ ଲିଖିତ ଭାବେ ଏତଲା ଦେଇଥିବା ଜଣା ପଡ଼ିଛି । କିନ୍ତୁ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟାରେ ଘଟଣା ସ୍ଥଳକୁ ପୋଲିସ ଯିବାପାଇଁ ଅମଙ୍ଗ ହେଉଥିବା ଗ୍ରାମବାସୀ କହିଛନ୍ତି ।ସେହିପରି ଲମ୍ବା ଗ୍ରାମରେ ଶବ ପଡିଥିବାରୁ ଲୋକଙ୍କ ଖାଇବା ପିଇବା ପାଣି ପିଇ ପାରିନଥିଲେ ।

Popular Articles