ବରପାଲି ଗାନ୍ଧୀ ଛକ ଠାରେ ଟ୍ରକ ଚାପାରେ ଜଣକର ମୃତ୍ୟୁ-CCTV Footage

ବରଗଡ: ବରଗଡ଼ ବଲାଙ୍ଗୀର ରୋଡ଼ ବରପାଲି ଗାନ୍ଧୀ ଛକ ଠାରେ ବରପାଲି ବ୍ଲକ କଦଳୀପଲି ର ପ୍ରତାପ ପୋଢ଼ ଙ୍କ ଟ୍ରକ ଚାପା ରେ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଯାଇଛି |

ସୂଚନାରୁ ପ୍ରକାଶ ଯେ ବରପାଲି ବ୍ଲକ କଦଳୀପଲି ଗ୍ରାମ ର ପ୍ରତାପ ପୋଢ଼ ବରପାଲି ର ଏକ ଡେକୋରେଟର ରେ କାମ କରନ୍ତି ଓ ସକାଳ ୭ଟା ରୁ ଦୋକାନ ଖୋଲିବା ପାଇଁ ପ୍ରତ୍ୟେକ ଦିନ ଯାଇଥାନ୍ତି | ସେହିପରି ଆଜି ମଧ୍ୟ ସକାଳ ୭.୩୦ ରେ ଘରୁ ବାହାରି ଗାନ୍ଧୀ ଛକ ଦେଇ ଦୋକାନ କୁ ଯାଉଥିବା ସମୟରେ ଏକ ଟ୍ରକ ଓଆର ୧୭ ଇ ୧୩୮୨ ମୃତ ପୋଢକୁ ପଛ ପଟୁ ଧକ୍କା ଦେବାରୁ ଚକ ତଳେ ପଡି ଯାଇ ଦଳି ହୋଇଯାଇଥିଲା | କାରଣ ମୃତ ପୋଢ଼ ଗାନ୍ଧୀ ଛକ ପର୍ଯ୍ୟନ୍ତ ହୋଇଥିବା ବେଳେ ଟ୍ରକ ର ଟାୟାର ଫାଟି ଯିବାରୁ ଟ୍ରକ ଭାରସାମ୍ୟ ହରାଇ ମୃତ ପୋଢ଼ ଙ୍କ ଶରୀରକୁ ଚଢି ଯାଇଥିବା ପ୍ରତ୍ୟକ୍ଷ ଦର୍ଶୀ ଙ୍କ ଠାରୁ ପ୍ରକାଶ ଏହି ଘଟଣା କୁ କେନ୍ଦ୍ର କରି କଦଳୀପଲି ଗ୍ରାମ ବାସୀଙ୍କର ସହ ମୃତ ପରିବାର ଲୋକ ଗାନ୍ଧୀ ଛକ ଠାରେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି | ମୃତ ପରିବାର କୁ ୫ ଲକ୍ଷ ତାଙ୍କ ଇନ୍ଦିରା ଆବାସ ତୁରନ୍ତ ଯୋଗାଇ ଦେବା ପାଇଁ ଦାବି କରିବା ସଂଗେ ସଂଗେ ଦାବି ପୁରାଣ ନହେବା ଯାଏ ରାସ୍ତାରୋକ ଆନ୍ଦୋଳନ ବନ୍ଦ ହେବ ନାହିଁ ବୋଲି ଗ୍ରାମବାସୀ କହିଥିଲେ |ଏହି ଘଟଣା ଖବର ପାଇଁ ବରପାଲି ଆଇ ଆଇ ସି ସୁବ୍ରତ ବେହେରା , ଏସ୍ଡିପିଓ ସୁରେଶ ନାୟକ, ବି ଡି ଓ କୈଳାସ ସିଆଲ, ତହସିଲଦାର ଦେବଯାନୀ ଭୂୟାଁ, ଏନ ଏ ସି ଇ ଓ ଭାଗିରଥି ପଧାନ ଘଟଣା ସ୍ଥଳ କୁ ପହଂଚି ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କଲା ପରେ ମଧ୍ୟ ସୁଫଳ ମିଳି ନ ଥିଲା |ଟ୍ରକ ଟି ବରଗଡ଼ ରୁ ବରପାଲି ଜଗନ୍ନାଥ ନଗର ପଟ ଦେଇ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା |ଟ୍ରକ ଟି ବରଗଡ଼ ସୁବାସିନୀ ମିଶ୍ରଙ୍କ ବୋଲି ଜଣ ପଡିଛି | ମୃତ ପରିବାର ଙ୍କୁ ବରଗଡ଼ ଟ୍ରକ ମାଲିକ ସଂଘ ତରଫରୁ ୩୦,୦୦୦ ଟଙ୍କା, ରେଡ଼କ୍ରଶ ରୁ ୧୦,୦୦୦ ଟଙ୍କା, ବରଗଡ଼ ବିଧାୟକ ୧୦,୦୦୦ ଟଙ୍କା, ବରପାଲି ବିଡ଼ିଓ କୈଳାସ ସିଆଲ ୫,୦୦୦ ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନା ରୁ ୧,୫୦୦ ଟଙ୍କା ମିଶି ସମୁଦାୟ ୫୬,୫୦୦ ଟଙ୍କା ଅନୁଦାନ ରାଶି ପରିବାର ଲୋକଂକୁ ଦେବା ପରେ ରାସ୍ତାରୋକ ବନ୍ଦ ହୋଇଥିଲା  ଓ ମୃତ ପ୍ରତାପ ପୋଢ଼ ର saba କୁ ବରଗଡ଼ ଶବ ବ୍ୟବଛେଦ ପାଇଁ ପଠା ଗଲା |

Comments are closed.