Thursday, March 28, 2024

Top 5 This Week

Related Posts

ତିନିଦିନ ହେଲା ଫେରାର ଅଭିଯୁକ୍ତର ପତାପାଉନି ପୁଲିସ 

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୦୧/୦୧) : ଥାନାରୁ ଫେରାର ହୋଇ ତିନିଦିନ ହେଲା କିନ୍ତୁ ଅଭିଯୁକ୍ତର ପତା ପାଉନି ପୁଲିସ । ଅଭିଯୁକ୍ତ ଡମ୍ବୁରୁ ପୁସିକା ନିଜ ରକ୍ତ ସମ୍ପର୍କ ସାନ ଭାଇକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିଲା ।WhatsApp Image 2023 01 01 at 19.31.23 ତିନିଦିନ ହେଲା ଫେରାର ଅଭିଯୁକ୍ତର ପତାପାଉନି ପୁଲିସ 

ଏହି ଘଟଣାଟି ଗତ ୨୭ ତାରିଖ ମଙ୍ଗଳବାର ଦିନ ନିୟମଗିରି ପାହାଡର ଲାମ୍ବା ଗାଁ’ରେ କାନ୍ଦୁଲ ପର୍ବକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦ ହୋଇଥିଲା । ଏହି ବିବାଦକୁ ନେଇ ଡମ୍ବୁରୁ ସନ୍ଧ୍ୟା ସମୟରେ ସାନ ଭାଇ ମିନ୍ଦୁରୁକୁ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିଲା । ଘଟଣାର ତିନିଦିନ ପରେ ପୁଲିସ ଘଟଣା ସ୍ଥଳକୁଯାଇ ଅଭିଯୁକ୍ତକୁ କାବୁ କରିବା ସହ ମର ଶରିରକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

ହତ୍ୟା କରିଥିବା ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚରା କରୁଥିବା ଆଇଆଇସି ମୁକୁନ୍ଦ ଦେବ ନାୟକ ସୂଚନା ଦେଇଥିଲେ । ଅଟକ ଥିବା ଅଭିଯୁକ୍ତ ସେଇଦିନ ରାତ୍ର ଥାନାରେ ରହି ପୁଲିସର କାର୍ଯ୍ୟ ଓ ଚାଲି ଚଳନ ଉପରେ ନଜର ରଖି ବହୁତ ଚାଲାକି ସହ ପାହାନ୍ତିଆ ସମୟରେ ଥାନାରୁ ଫେରାର ହୋଇଗଲା କିନ୍ତୁ କେହି ଜାଣି ପାରିଲେନି କେମିତି ? ଫେରାର ଅଭିଯୁକ୍ତ ଆଗକୁ ପୁଣି ରାଗରେ କୌଣସି ଅଘଟଣ କରିନଦେବ ତାହା କହିହବନାହିଁ । ତିନିଦିନ ହେଲା ଫେରାର ଅଭିଯୁକ୍ତ ପୁଲିସର ନିଦ ହଜାଇ ଦେଇଛି ।

ଏଇଠି ପ୍ରଶ୍ନ ଉଠୁଛି ହତ୍ୟା କରିଥିବା ଅଭିଯୁକ୍ତକୁ ଯେଉଁଦିନ ଥାନାକୁ ଆଣି ଅଟକ ରଖାଗଲା ସେହିଦିନ ଜେନରାଲି ଡାଇରି (ଜି ଡି) କରା ହୋଇଛି ନା ନାହିଁ ? ଅଭିଯୁକ୍ତକୁ ଯୋଗି ରହିବାପାଇଁ ସେଣ୍ଟ୍ରି ବଣ୍ଟା ଯାଇଥିଲାକି ନାହିଁ ? ଯଦି ଅଭିଯୁକ୍ତକୁ ଯୋଗିବାକୁ ମୃତୟନ କରା ଯାଇଥିଲା ତାହାହେଲେ ସେମାନଙ୍କୁ କମାଣ୍ଚ ସାଟିଫିକେଟ (ପରିଚୟ ପତ୍ର) ଦିଆ ହୋଇଥିଲା କି ନାହିଁ ଏହାର ଉଚ୍ଚ ସ୍ତରୀୟ ପ୍ରକୃତ ତଦନ୍ତ କଲେ ସବୁ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।WhatsApp Image 2023 01 01 at 19.31.22 ତିନିଦିନ ହେଲା ଫେରାର ଅଭିଯୁକ୍ତର ପତାପାଉନି ପୁଲିସ 

ଏହି ପୁଲିସ ଥାନା ପରିସରରେ ସିଆରପିଏଫ କ୍ୟାମ୍ପ ସହ ଥାନାରେ ଜଣେ ଆଇଆଇସି, ଦୁଇଜଣ ଏସଆଇ ଦୁଇ ଜଣ ଏଏସ ଆଇ ରହିବା ସତ୍ତେ ହତ୍ୟା କରିଥିବା ଅଭିଯୁକ୍ତ ଥାନାରୁ ଫେରାର ହୋଇଗଲା ଏହି ଘଟଣାକୁ ନେଇ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ଆଇନ ଉପରେ ଲୋକଙ୍କ ବିଶ୍ବାସ ତୁଟି ଯାଉଛି । ଦେଖିବାର ବାକି ରହିଲା ଫେରାର ଅଭିଯୁକ୍ତକୁ ପୁଲିସ ଧରିବାରେ ସଫଳ ହେଉଛି ନା ନାହିଁ । ପ୍ରକାଶ ଥାଉକି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପାର୍ଶାଲି ପଞ୍ଚାୟତ ଲାମ୍ବା ଗ୍ରାମରେ ଚଳିତ ୨୭ ତାରିଖ ଦିନ ଏକ ଅଭାବନୀୟ ଘଟଣା ଘଟିଥିଲା ।

ବଡ଼ଭାଇ ଡମ୍ବୁ ପୁସିକା ସାନ ଭାଇ ମିନ୍ଦୁରୁ ପୁସିକା (୨୧) କୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଗତକାଲି ନିୟମଗିରି ପାହାଡ ଉପରେ ଲମ୍ବା ଗ୍ରାମର ଲୋକମାନେ ପୂଜା ଅର୍ଚ୍ଚନା କରିବା ପାଇଁ ଯାଇଥିଲେ । ସେଠାରେ ଦୁଇ ଭାଇ ମଧ୍ୟରେ କିଛି ସମୟ ପାଟି ତୁଣ୍ଡ ହୋଇଥିଲା । ସନ୍ଧ୍ୟାରେ ବଡ଼ଭାଇ ଡମ୍ବୁ ସାନ ଭାଇକୁ ହତ୍ୟା କରିବି କହି ଧମକ ଦେଇଥିଲା । ସନ୍ଧ୍ୟା ପ୍ରାୟ ଛଅ ଘଣ୍ଟା ସମୟରେ ଘରକୁ ଫେରିବା ପରେ ଏକ ଟାଙ୍ଗିଆରେ ମିନ୍ଦୁରୁ କୁ ହାଣି ହତ୍ୟା କାରିଥିଲା ।

ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମରେ ଟାଙ୍ଗିଆ ଧରି ଲୋକଙ୍କୁ ହଣୀବି କହି ଭୟଭୀତ କରାଇଥିଲା ।କେହିବି କିଛି ନକହି ତାଟି କବାଟ ଦେଇ ଘରେ ରହିଥିଲେ । ପରେ କିଛି ଲୋକ ଥାନାରେ ଜଣାଇଥିଲେ । ମା ଟେଲାଡି ପୁସିକା ସନ୍ଧ୍ୟା ପାଞ୍ଚଟା ସମୟରେ ଲିଖିତ ଭାବେ ଏତଲା ଦେଇଥିବା ଜଣା ପଡ଼ିଛି । କିନ୍ତୁ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟାରେ ଘଟଣା ସ୍ଥଳକୁ ପୋଲିସ ଯିବାପାଇଁ ଅମଙ୍ଗ ହେଉଥିବା ଗ୍ରାମବାସୀ କହିଛନ୍ତି ।ସେହିପରି ଲମ୍ବା ଗ୍ରାମରେ ଶବ ପଡିଥିବାରୁ ଲୋକଙ୍କ ଖାଇବା ପିଇବା ପାଣି ପିଇ ପାରିନଥିଲେ ।

Popular Articles