Thursday, October 1, 2020
Home District News ଟଙ୍କା ହଡ଼ପ ଅଭିଯୋଗ ମିଥ୍ୟା ପ୍ରକାଶ କଲେ ସମବାୟ ସମ୍ପାଦକ

ଟଙ୍କା ହଡ଼ପ ଅଭିଯୋଗ ମିଥ୍ୟା ପ୍ରକାଶ କଲେ ସମବାୟ ସମ୍ପାଦକ

ରିପୋର୍ଟ: ଜଗନ କୁମାର ସେଠି //
ଗଞ୍ଜାମ(୧୨/୧୨): କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତାପଡା ପଞ୍ଚାୟତର କନ୍ଧ ରାଣୀପଡା ସମବାୟ ସମ୍ପାଦକ ଝରିୟା ଗୌଡ଼ଙ୍କ ବିରୁଦ୍ଧରେ ଟଙ୍କା ହଡ଼ପ ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟା ବୋଲି ସେ ପ୍ରକାଶ କରିଛନ୍ତି । ଗତ ଦୁଇଦିନ ତଳେ ଗାୟତ୍ରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ କୋଦଳା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା।

ଏହା ଉପରେ ଅନୁସନ୍ଧାନ କରି ଖବର ନେବାରୁ ଜଣାପଡ଼ିଛି ଯେ ଝରିୟା ପ୍ରାୟ ୪୮ଟି ଗୃପ କରିଛନ୍ତି।ସେଥିରୁ କୌଣସି ଗୃପଠାରୁ ଟଙ୍କା ନେଇ ନଥିବା କିଛି ସ୍ୱୟଂ ସହାୟକ ଗୋଷ୍ଠୀ କହିଛନ୍ତି। ଗ୍ରାମାଞ୍ଚଳରେ ମହିଳାମାନେ ଅଫିସର କାଗଜପତ୍ର କରିବାରେ ଅସୁବିଧା ହେଉଥିବାରୁ ମାନବିକତା ଦୃଷ୍ଟିକୋଣ ସହ ଝରିଆ ଉକ୍ତ ଗ୍ରାମର ହେଇଥିବାରୁ ସମସ୍ତ କାଗଜପତ୍ରକୁ ସେ ନିଜେ ମହିଳା ଗୋଷ୍ଠୀମାନଙ୍କ ପାଇଁ କରୁଛନ୍ତି।ଏବଂ କାଗଜପତ୍ର ବାବଦକୁ ଯାହା ଖର୍ଚ୍ଚ ହୁଏ ସେ ବାବଦକୁ ମହିଳା ଗୋଷ୍ଠୀ ମାନେ ଦିଅନ୍ତି।କିନ୍ତୁ ଯେଉଁ ମହିଳା ସଙ୍ଗଠନ ଅଭିଯୋଗ କରିଛନ୍ତି ତାଙ୍କର ଋଣ ହୋଇଥିଲେ ମଧ୍ୟ ଗୃପର ସମସ୍ତ ମେମ୍ବର ନ ଆସିଲେ ଋଣ ଦିଆଯିବ ନାହିଁ ବୋଲି ଅଫିସରେ ତାଙ୍କୁ କୁହାଯାଇଥିଲା।ଏହାକୁ ନେଇ ସେ ଏପରି ମିଥ୍ୟା ଅଭିଯୋଗ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।କୋଦଳା ସମବାୟ ବ୍ୟାଙ୍କର ସୁପରଭାଇଜର ଶରତ କୁମାର ନାୟକ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ଯେ ଗତକାଲି ସେହି ମହିଳା ଓ କିଛି ପୁରୁଷ ମାନେ ମଧ୍ୟ ବ୍ୟାଙ୍କରେ ପାଟିତୁଣ୍ଡ କରିଥିବା ସିସିଟିଭିରେ କୟଦ ହୋଇଅଛି।ଏବଂ ଏହାର ଫୁଟେଜକୁ ଯାଞ୍ଚ କଲେ କିଏ ଦୋଷୀ ତାହା ଜଣାପଡିବ ବୋଲି ସୁପ୍ରଭାଇଜର ନାୟକ ମତ ରଖିଛନ୍ତି । ଲୋକଙ୍କ ସେବାକରି ଯଦି ନିନ୍ଦା ଶୁଣିବୁ ତାହେଲେ କାହାରିକୁ ଉପକାର କରିବା ଠିକ ନୁହେଁ ବୋଲି ଝରିୟା ମତ ରଖିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: