Friday, October 2, 2020
Home Cultural & Festival ବରତୁଣ୍ଡା ଲକ୍ଷ୍ମୀପୂଜା ମହୋତ୍ସବ, ଲକ୍ଷ୍ମୀଙ୍କ ନଗର ଭ୍ରମଣ ଓ ମୁରାସୁରଙ୍କ ସ୍ବର୍ଗପୁର ଆକ୍ରମଣ

ବରତୁଣ୍ଡା ଲକ୍ଷ୍ମୀପୂଜା ମହୋତ୍ସବ, ଲକ୍ଷ୍ମୀଙ୍କ ନଗର ଭ୍ରମଣ ଓ ମୁରାସୁରଙ୍କ ସ୍ବର୍ଗପୁର ଆକ୍ରମଣ

ରିପୋର୍ଟ: ନିରୋଜ ପାଣି //
ପାଇକମାଳ(୧୧/୧୨): ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍କକ ବରତୁଣ୍ଡା ଗ୍ରାମବାସୀଙ୍କ ଉଦ୍ୟମରେ ଅନୁଷ୍ଠିତ ମହାଲକ୍ଷ୍ମୀ ଦେବୀ ପୂଜା ମହୋତ୍ସବର ଦ୍ବିତୀୟ ରଜନୀରେ ଲକ୍ଷ୍ମୀ ଦେଵୀ ନଗର ଭ୍ରମଣରେ ବେଶୀ ଲୋକାରଣ୍ଯ ହୋଇଥିଲା । ଏଥି ସହ ଅସୁର ରାଜ ମୁରାସୁରଙ୍କ ରାଜ୍ଯ ପରିଭ୍ରମଣରେ ପ୍ରଜା ମାନେ ଉତ୍ସାହ ସହକାରେ ମହାରାଜଙ୍କ ନିର୍ଦ୍ଦେଶକୁ ମାନି ଚାଲିଛନ୍ତି ।

ମହାରାଜ ମୁରାସୁରଙ୍କ ଆଜି ସ୍ବର୍ଗପୁରୀକୁ ବିଜେ କରିଛନ୍ତି । ପ୍ରଥମ ଦିବସରେ ବରତୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଜୟନ୍ତୀ ପୁଟାଙ୍କୁ ମୁଖ୍ଯ ଅତିଥି ରୂପେ ନିମନ୍ତ୍ରଣ କରାଯାଇଥିବା ବେଳେ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅନ୍ଯତମ ଅତିଥି ଭାବେ ଉଦୟ ମାନ୍ ଶିକ୍ଷକ ଉଗ୍ରେଶନ ପ୍ରଧାନ, ସମାଜ ସେବୀ ବିଜୟା ନନ୍ଦ ପଟ୍ଟନାୟକ, ଉମାକାନ୍ତ ବାଗ ପ୍ରମୁଖ ଯୋଗ ଦେଇଥିଲେ। ଏହାକୁ ଯୁବ ଜିଲ୍ଲା ପରିଷଦ ସଦସ୍ଯ ବିଶ୍ବନାଥ ବାଗ ସଂଯୋଜନା କରିଥିଲେ। ଦ୍ବିତୀୟ ରଜନୀରେ ଜାମସେଠ ସରପଞ୍ଚ ପ୍ରତିନିଧି ଶରତ ତାଣ୍ଡି,ସମିତି ସଭ୍ଯଙ୍କ ପ୍ରତିନିଧି ଯୋଗେନ୍ଦ୍ର ଭୋଇ ମୁଖ୍ଯ ଅତିଥି ରୂପେ ଯୋଗଦେଇ ମହାରାଜ ମୁରାସୁରଙ୍କ ଆତିଥ୍ଯ ଗ୍ରହଣ କରିଥିଲେ । ପ୍ରବଚନ ସହ କଟକ ଜଗନ୍ନାଥ ଅପେରା ଅନୁଷ୍ଠିତ ହେଉଥିବାରୁ ବହୁ ଆଡମ୍ବର ସହ ବ୍ଯାପକ ଭିଡ ପରିଲକ୍ଷିତ ହୋଇଥିଲା । ବରତୁଣ୍ଡା ଗ୍ରାମବାସୀଙ୍କ ଉଦ୍ୟମକୁ ଅଞ୍ଚଳରେ ବେଶ୍ ପ୍ରଶଂସା ଲୋକେ କରୁଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଟିକଟକରୁ ସମଲିଙ୍ଗୀ ସମ୍ପର୍କ, ନାବାଳିକାକୁ ଅପହରଣ କରି ପଶ୍ଚିମବଙ୍ଗ ଯୁବତୀ ଗିରଫ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି (୦୧/୧୦): ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା...

ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୁଝାରୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦):ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦): ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୟ...

ପାରମ୍ପରିକ ଦଶହରା ପର୍ବ ପାଳନ ପାଇଁ ଜରୁରୀ ବୈଠକ

ରିପୋର୍ଟ: ରବିଶଙ୍କର ମହାପାତ୍ର // କୋରାପୁଟ(୦୧/୧୦): କୋରାପୁଟ ଜିଲ୍ଲା କୋଟପାଡ଼ ଶ୍ରୀ କନକମଣି ମାଉଲୀ ମାଁ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦଶହରା ପର୍ବ ପାଳନ ପାଇଁ ଜରୁରୀ...

Recent Comments

%d bloggers like this: