Friday, August 14, 2020
Home Government News ବିଚ୍ଛିନ୍ନ ଅଞ୍ଚଳବାସୀଙ୍କୁ ଓଡିଶାର ଅଣଦେଖା, ସାହାଯ୍ୟ କରୁଛି ପଡୋଶୀ ରାଜ୍ୟ ଆନ୍ଧ୍ର

ବିଚ୍ଛିନ୍ନ ଅଞ୍ଚଳବାସୀଙ୍କୁ ଓଡିଶାର ଅଣଦେଖା, ସାହାଯ୍ୟ କରୁଛି ପଡୋଶୀ ରାଜ୍ୟ ଆନ୍ଧ୍ର

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୧୧/୧୨): ବହୁ ଦିନର ଅପେକ୍ଷା ପରେ ପୁଣି ୩୧ଦଫା ଦାବି ନେଇ ରାସ୍ତାକୁ ଓଲ୍ହାଇଲେ ବିଛିର୍ଣା ଅଞ୍ଚଳବାସୀ । ବିଚ୍ଛିନ୍ନ ଅଂଚଳରେ ସମସ୍ୟା ବହୁଦିନରୁ ସମାଧାନ ନ ହେବାରୁ ୬ ପଞ୍ଚାୟତର ୧୦୦୦ରୁ ଅଧିକ ଆଦିବାସୀ ଅନ୍ଦ୍ରାପଲ୍ଲୀ ପଞ୍ଚାୟତର ଓରା ପଦର ଜଙ୍ଗଲରେ ଏକତ୍ରିତ ହୋଇଥିଲେ ।

ସେମାନଙ୍କ ମୁଖ୍ୟ ଦାବି ଗୁଡିକ ଥିଲା ଆଜକୁ ବର୍ଷ ବର୍ଷ ଜଳବନ୍ଦୀ ଜୀବନ ବିତାଉଥିଲେ ମଧ୍ୟ ସରକାର ସେମାନଙ୍କ କୌଣସି ଦାବି ପୂରଣ କରି ନାହାନ୍ତି । ଚଳିତ ବର୍ଷ ବାଲିମେଳା ଜଳ ଭଣ୍ଡାରରେ ଅଧିକ ଜଳ ରହିଥିବା ହେତୁ ବିଚ୍ଛିନ୍ନ ଅଞ୍ଚଳରେ ଜମି ବୁଡି ରହିବା ଦ୍ଵାରା ବହୁତ କ୍ଷତି ହୋଇଥିଲେ ମଧ୍ୟ ସରକାର ଏମାନଙ୍କ ସମସ୍ୟା ଶୁଣି ନ ଥିଲେ | ପରେ ପଡୋଶୀ ରାଜ୍ୟ ଆନ୍ଧ୍ରର କିଛି ପଞ୍ଚାୟତ ସାହାଯ୍ୟର ହାତ ବଢ଼େଇଛନ୍ତି । ଧାନ, ମାଣ୍ଡିଆ,ସୁଆଁ ଭଳି ରବି ଜାତୀୟ ଫସଲ ନିଜେ କ୍ଷେତରେ ଚାଷ କରି ଆଣି ଗରିବ ଆଦିବାସୀ ଲୋକଙ୍କୁ ବିନା ଅର୍ଥରେ ସାହାଯ୍ୟ କରିଛନ୍ତି । ସେଥିପାଇଁ ବିଛିନ୍ନାଂଚଳ ବାସିନ୍ଦା ସ୍ଥିର କରିଛନ୍ତି ଯେ ଯଦି ଆଗାମୀ ଦିନରେ ପ୍ରଶାସନ ଏହି ସମସ୍ୟା ସମାଧାନ ନ କରନ୍ତି ତେବେ ପଡୋଶୀ ରାଜ୍ୟ ଆନ୍ଧ୍ର ଏହି ପଞ୍ଚାୟତ ଗୁଡିକୁ କବଜା କରିବାରେ କୌଣସି ସନ୍ଦେହ ନାହି ।

ଓଡିଶାର ଏହି ସୀମାନ୍ତ ଅଂଚଳ ଗୁଡିକ ଉପରେ ନଜର ପଡିସରିଲାଣି ଆନ୍ଧ୍ର ସରକାରଙ୍କ । ୧୦ଦଶନ୍ଧି ଅପେକ୍ଷା କରି ରହିଥିବା ବିଛିନ୍ନାଂଚଳ ବାସିନ୍ଦା ବର୍ତମାନ ଆନ୍ଧ୍ର ଲୋକଙ୍କ ସହାୟତାରେ ଜୀବନ ଯାପନ କରୁଛନ୍ତି। ରାଜ୍ୟ ସରକାରଙ୍କ ଅଣଦେଖା ପାଇଁ ଆଜି ଆନ୍ଧ୍ର ନିଜର କାୟା ବିସ୍ତାର କରିଚାଲିଛି ଓଡିଶା ଉପରେ । ଯଦି ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତେବେ ଏହି ବିଛିନ୍ନାଂଚଳ ମାଲକାନଗିରି ଜ଼ୀଲ୍ଲା ମାନଚିତ୍ରରୁ ହଟି ଆନ୍ଧ୍ରର ବିଶାଖାପାଟଣା ଜ଼ୀଲ୍ଲା ସହ ଯୋଡ଼ିହେଇଯିବ । ସମସ୍ୟା ରହିଛି ଦୀର୍ଘ ବର୍ଷର । ସମସ୍ୟାର ସମାଧାନ ପାଇଁ ହାତ ବଢେଇଛନ୍ତି ପୋଡ଼ସି ରାଜ୍ୟ ଆନ୍ଧ୍ର । ତେବେ ରାଜ୍ୟ ସରକାରଙ୍କ ବର୍ତମାନ କଣ ପଦକ୍ଷେପ ରହିଛି ତାହା ଉପରେ ସମ୍ପୂର୍ଣ୍ଣ ନଜର ରଖିଛି ମାଲକାନଗିରି ଜ଼ୀଲ୍ଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: