Friday, October 2, 2020
Home headline ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ସ୍ୱାସ୍ଥ୍ୟକର୍ମୀ ମମତା ଭୋଇଙ୍କୁ ବ୍ଲକ ସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା

ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ସ୍ୱାସ୍ଥ୍ୟକର୍ମୀ ମମତା ଭୋଇଙ୍କୁ ବ୍ଲକ ସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା

ରିପୋର୍ଟ:-ଭୋଜରାଜ ବରିହା //
ଖପ୍ରାଖୋଳ(୧୦/୧୨): ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଳ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ମମତା ଭୋଇଙ୍କୁ “ନ୍ୟାସନାଲ ଫ୍ଲୋରେନ୍ସ ନାଇଟ ଏଙ୍ଗଲ ଆୱାର୍ଡ” ରାଷ୍ଟ୍ରପତି ରାମନାଥ ଗୋବିନ୍ଦଙ୍କ ଦ୍ୱାରା ଆୱାର୍ଡ ପ୍ରଦାନ କରାଯାଇଥିଲା ।

ସର୍ବ ଭାରତୀୟ ସ୍ତରରେ ସମୁଦାୟ ୩୫ଜଣ ମଧ୍ୟରୁ ଓଡିଶାରୁ ଜଣେ ମାତ୍ର ସ୍ୱାସ୍ଥ୍ୟକର୍ମୀକୁ ନ୍ୟାସନାଲ ଆୱାର୍ଡ ମିଳିଥିଲା । ଖପ୍ରାଖୋଳ ବ୍ଲକ ମାଓ ପ୍ରବଣ ଅଞ୍ଚଳରେ ଥିବା ଶୁନାମୁଦି ଗାଁରେ ଓଡ଼ିଶା ସରକାରଙ୍କ ସମସ୍ତ ଯୋଜନା ଦିନରାତି ଏକ କରି ସମସ୍ତ ଯୋଜନା ସଫଳ କରି ଶ୍ରୀମତୀ ଭୋଇ ଓଡ଼ିଶାର ଗର୍ବ ଆଣିଛନ୍ତି | ଏହି ଖୁସିକୁ ନେଇ ଖପ୍ରାଖୋଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୱାର୍ଡ ପ୍ରାପ୍ତ ଶ୍ରୀମତୀ ମମତା ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ବିଶ୍ବାଳ, ମୁଖ୍ୟବକ୍ତା ଖପ୍ରାଖୋଳ ବିଡ଼ିଓ ତରଣୀ ସୁନା, ସୁନୀଲ ସ୍ୱାଇଁ, ମିନିକେତନ ବରିହା, ଡାକ୍ତର ସୁମିତ ପ୍ରଧାନ, ସୁରଜ ଦୀପ ଥିବାବେଳେ ମଞ୍ଚ ପରିଚାଳନାରେ ଯୁଗଳ କିଶୋର ସାହୁ, ବାଳଚନ୍ଦ୍ର ଛାତ୍ରୀୟା, ନାରାୟଣ ପ୍ରଧାନୀ ଥିଲେ । ଖପ୍ରାଖୋଳ ବ୍ଲକରେ ବେସ ଉତ୍ସବ ମୁଖର ଦେଖିବାକୁ ମିଳିଥିଲା ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଟିକଟକରୁ ସମଲିଙ୍ଗୀ ସମ୍ପର୍କ, ନାବାଳିକାକୁ ଅପହରଣ କରି ପଶ୍ଚିମବଙ୍ଗ ଯୁବତୀ ଗିରଫ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା // କଳାହାଣ୍ଡି (୦୧/୧୦): ସମଲିଙ୍ଗୀ ସମ୍ପର୍କକକୁ ନେଇ ପଶ୍ଚିମ ବଙ୍ଗର ଜଣେ ଯୁବତୀ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରି ଗିରଫ ହୋଇଥିବା ଘଟଣା...

ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ସାଂସଦ ସୁରେଶ ପୁଝାରୀ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦):ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲର ବହୁ ପ୍ରତିଷ୍ଠିତ ପୁରୋହିତ...

ବରଗଡ଼ ସାଂସଦଙ୍କ ପଦ୍ମପୁର ଗ୍ରସ୍ତ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର (୦୧/୧୦): ବରଗଡ଼ ସାଂସଦ ଶ୍ରୀ ସୁରେଶ ପୂଜାରୀ ଆଜି ପଦ୍ମପୁର ଗ୍ରସ୍ତ ଅବସରରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ କରୋନା ମୁକାବିଲା ସଂକ୍ରାନ୍ତୟ...

ପାରମ୍ପରିକ ଦଶହରା ପର୍ବ ପାଳନ ପାଇଁ ଜରୁରୀ ବୈଠକ

ରିପୋର୍ଟ: ରବିଶଙ୍କର ମହାପାତ୍ର // କୋରାପୁଟ(୦୧/୧୦): କୋରାପୁଟ ଜିଲ୍ଲା କୋଟପାଡ଼ ଶ୍ରୀ କନକମଣି ମାଉଲୀ ମାଁ ମନ୍ଦିର ପ୍ରାଙ୍ଗଣରେ ବୁଧବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ଦଶହରା ପର୍ବ ପାଳନ ପାଇଁ ଜରୁରୀ...

Recent Comments

%d bloggers like this: