ଅଜଣାଗାଡ଼ି ଧକ୍କା ରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

0
110
ଅଜଣାଗାଡ଼ି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବିନିକା, (୩୧/୧୨) : ଅଜଣାଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ।

ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି-ରାମପୁର ମୁଖ୍ୟରାସ୍ତା ବାଙ୍କିପାଲି ହାଇସ୍କୁଲ ନିକଟରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମପୁର ଥାନା ମାୟାବର୍ହା ଗାଁର ଠାକୁର ବାଗ (୪୮) ବର୍ଷ ଓ ତାଙ୍କ ସ୍ତ୍ରୀ ହେମ ବାଗ (୪୨) ବର୍ଷ । ଗତକାଲି ଠାକୁର ବାଗ ଶଶୁର ଘର ପାଙ୍କେଲ ଗାଁ’ରୁ ନିଜ ସ୍ତ୍ରୀକୁ ବାଇକରେ ନେଇ ନିଜ ଗାଁ ମାୟାବର୍ହାକୁ ଫେରୁଥିଲେ । ଏହି ସମୟରେ ବାଙ୍କିପାଲି ହାଇସ୍କୁଲ ନିକଟରେ ଏକ ଅଜଣାଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା ।

ଉଭୟେ ଦମ୍ପତି ବାଇକରୁ ତଳକୁ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗ ଉଭୟ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଠାକୁର ବାଗଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ତାଙ୍କ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ସେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।