ଭେଙ୍ଗରାଜପୁର ଧାନ ବିକ୍ରୟ କେନ୍ଦ୍ରରୁ ଉଠୁନି ଧାନ

ରିପୋର୍ଟ: ନିରୋଜ ପାଣି //
ପାଇକମାଲ(୧୦/୧୨): ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍କକ ପଲସଦା ସେବା ସମବାୟ ସମିତି ଲି ଶାଖା ଭେଙ୍ଗରାଜପୁର ଧାନ ମଣ୍ଡିରେ ପଡି ରହିଛି ହଜାର ହଜାର କ୍ବିଣ୍ଟାଲ ଧାନ | ଏ ବର୍ଷ ଏହି ଶାଖା ଧାନ ବିକ୍ରିୟ କେନ୍ଦ୍ରକୁ ଟେଣ୍ଡର ମାଧ୍ୟମରେ ଉତ୍କଳ ସ୍ବୟଂ ସହାୟକ ଗୋଷ୍ଠୀ ଝେଙ୍ଗନାଡିହୀ ପାଇଅଛି ।

ବିଗତ ବର୍ଷ ମାନଙ୍କ ପରି ହୋଇପାରୁନାହିଁ ଧାନ କ୍ରୟବିକ୍ରୟ | ଅଦିନିଆଁ ବର୍ଷା, କିଟ, ପତଙ୍ଗ ଦାଉରୁ କିଛି ଧାନ ଅମଳ କରିଥିବା ଚାଷୀ କୂଳ ପୁଣି ସ୍ୱଳ୍ପ ଧାନ ବିକ୍ରି ପରି ମହାମାରୀ ରୋଗର ଶିକାର ହେଉଛନ୍ତି । ଚାଷୀ ମାନେ ବିଭିନ୍ନ ବ୍ୟାଙ୍କ ଓ ମହାଜନୀ ଠାରୁ ଧାର ଉଧାର ୠଣ କରି ଚାଷ କରିଛନ୍ତି । ଠିକ୍ ସମୟରେ ଧାନ ବିକ୍ରି ନ ହେଉ ଥିବାରୁ ଚାଷୀ ମୁଣ୍ଡରେ ଚଡକ ପରି କରଜର ସୁଧ ବଢ଼ିବାରେ ଲାଗିଛି । ଯାହା ସବୁକୁ ଚିନ୍ତା କରି ଏଠିକାର ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।ଏଥିରେ ଚାଷୀ ମୁହଁରୁ ଶୁଣିବାକୁ ମିଳୁଛି କି ପ୍ରଶାସନିକ ଅବହେଳା ହିଁ ମୁଖ୍ୟ କାରଣ ।

ସେମାନେ ଯାହା କହନ୍ତି ଭେଙ୍ଗରାଜପୁର ବାସୀ :

ହୁତାଶନ ପାଣ୍ତେ, ଭେଙ୍ଗରାଜପୁର
ପାଇକମାଳ

ହୁତାଶନ ପାଣ୍ତେ, ଭେଙ୍ଗରାଜପୁର
ପାଇକମାଳ
: ବିଭାଗୀୟ ଅଧିକାରୀ ଓ ମିଲରଙ୍କ ଦୁର୍ବଳ ମନୋଭାବ ସହ ଧାନ କଟନୀର ଲାଳସା ଯୋଗୁଁ ବୋଧେ ଧାନ ତତ୍ପର ସହ ଉଠିପାରୁ ନାହିଁ । ମୋର ୧୫ଦିନ ହେଲାଣି ମଣ୍ତିରୁ ଧାନ ଉଠିପାରୁନାହିଁ ।

ଉମାକାନ୍ତ ଶତପଥୀ, ରସମୁଣ୍ତା, ଭେଙ୍ଗରାଜପୁର

ଉମାକାନ୍ତ ଶତପଥୀ, ରସମୁଣ୍ତା, ଭେଙ୍ଗରାଜପୁର : ଧାନର ଅଭାବୀ ବିକ୍ରୀ ପ୍ରଶାସନ ଓ ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହୋଉଛି । ମାତ୍ର କ୍ବିଣ୍ଟାଲ ପ୍ରତି ୩ କେଜି ଧାନ ଯାହାର ମୂଲ୍ୟ ହାରାହାରି ୩୬ଟଙ୍କାର ଲୋଭ ପ୍ରତି କ୍ବିଣ୍ଟାଲ ପିଛା ପାଇବା ଆଶାରେ ହୁଏତ ମିଲର ଓ ପ୍ରଶାସନର ଭାଗ ଛିଣ୍ଡିପାରୁନି । ଏହା ବିଚାର ଉଭୟଙ୍କ ମଧ୍ୟରେ ଶୀଘ୍ର ହୁଏ ତା ହେଲେ ଠିକ ଭାବରେ ଧାନ ବିକ୍ରି ହେବ । କିନ୍ତୁ ଚାଷୀ ଅରାଜି ମନେ ଅଟନ୍ତି ।

ପିତବାସ ସାହୁ, ଭେଙ୍ଗରାଜପୁର, ପାଇକମାଳ

ପିତବାସ ସାହୁ, ଭେଙ୍ଗରାଜପୁର, ପାଇକମାଳ : ଆମ ଭେଙ୍ଗରାଜପୁର ଗ୍ରାପ ଅଧିନସ୍ଥ ୫୦ ରୁ ୬୦ ଭାଗ ଆଟ ସାଧାରଣ ପତିତ ଜମି ଭାବେ ରହିଥିଲା । ମାତ୍ର ଆଜି ଚାଷୀ ଭାଇ ମାନେ ତାକୁ ମାଟି କାମ କରି ଧାନ ଫସଲ ଚାଷ ଜମି ଭାବରେ ତିଆରି କରି ଚାଷ କରି ଆସୁଛନ୍ତି । କିନ୍ତୁ ତା ଉପରେ ପ୍ରଶାସନର କୌଣସି କିସମ ପରିବର୍ତ୍ତନର ସୁଧାର ଆଣିବାରେ ପଦକ୍ଷେପ ନେଇ ନାହାନ୍ତି । ଯାହା ଦ୍ବାରା ଚଳିତ ବର୍ଷ ଆଟ ସାଧାରଣ କିସମର ଧାନ ବିକ୍ରି ପାଇଁ ଅନୁମତି ନ ମିଳିଥିବାରୁ ୬୦ ଭାଗ ଧାନ ବିକ୍ରିରୁ ଚାଷୀ ବଞ୍ଚିତ ରହିବେ । ତେବେ ଚାଷୀ ତାର ଉତ୍ପାଦିତ ଧାନ ବଜାରରେ ବିକ୍ରି କରି ନ ପାରିଲେ ତାର ଗୁଜରାଣ କେମିତି ମେଣ୍ଟାଇବ । ତଥା ସେହି ଧାନ କଣ କରିବ । ଏହାକୁ ଶୀଘ୍ର ସୁବ୍ୟବସ୍ଥିତ ପଦକ୍ଷେପ ନିଆଯାଉ ନ ହେଲେ ଚାଷୀ ରାଜରାସ୍ତାକୁ ଓହ୍ଲାଇବ ।

Comments are closed.