ଆନ୍ତଃ ଜିଲ୍ଲାସ୍ତରୀୟ ବ୍ରାହ୍ମଣ ସମାଜ କର୍ମକର୍ତ୍ତା ଚୟନ

0
115
ଆନ୍ତଃ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର , (୩୦/୧୨) : ସ୍ଥାନୀୟ ଛଞ୍ଚାଣ ଡୁଙ୍ଗୁରୀ ଯୋଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆନ୍ତଃ ଜିଲ୍ଲାସ୍ତରୀୟ ବ୍ରାହ୍ମଣ ସମାଜ ବୈଠକ ଅନୁଷ୍ଠିତ ହୋଇଛି ।

ସୁବର୍ଣ୍ଣପୁର ବ୍ରାହ୍ମଣ ସମାଜର ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ସୁବର୍ଣ୍ଣପୁର ଜିଲ୍ଲା ସମେତ ବଲାଙ୍ଗୀର, ବୌଦ୍ଧ, ସମ୍ବଲପୁର ଏବଂ କଳାହାଣ୍ଡି ଜିଲ୍ଲାର ବ୍ରାହ୍ମଣ ମାନେ ଯୋଗ ଦେଇଥିଲେ । ଏହି ପାଞ୍ଚ ଜିଲ୍ଲାକୁ ନେଇ ଆନ୍ତଃ ଜିଲ୍ଲାସ୍ତରୀୟ ବ୍ରାହ୍ମଣ ସମାଜ କର୍ମକର୍ତ୍ତା ଚୟନ ହୋଇଥିଲେ । ସର୍ବ ସମ୍ମତି କ୍ରମେ ସଭାପତି ଭାବେ ସମ୍ବଲପୁର ଜିଲ୍ଲାର ସଚିଦାନନ୍ଦ ପ୍ରସାଦ ମିଶ୍ର, ଉପସଭାପତି ଭାବେ ବଲାଙ୍ଗିର ଜିଲ୍ଲାର ଡ. ରାଧେଶ୍ୟାମ ବ୍ରହ୍ମା, ସଂପାଦକ ଭାବେ କଳାହାଣ୍ଡି ଜିଲ୍ଲାର ଚିତ୍ରସେନ ଦାଶ ଏବଂ ସହ ସଂପାଦକ ଭାବେ ବୌଦ୍ଧ ଜିଲ୍ଲାର ଦେବାଶିଷ ପୁରୋହିତଙ୍କୁ ଚୟନ କରାଯାଇଛି ।

ସେହିପରି ସୁମନ୍ତ୍ର ଷଡଙ୍ଗୀ ଏବଂ ରାଧେଶ୍ୟାମ ପୁରୋହିତଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । କାର୍ଯ୍ୟକାରୀ କମିଟିରେ ଶ୍ୟାମାଓଁ ପ୍ରସାଦ ମିଶ୍ର, ଡଃ ପୁରୁଷୋତ୍ତମ ମିଶ୍ର, ସଚିଦାନନ୍ଦ ଦାଶ, ଉପେନ୍ଦ୍ର ଚାନ୍ଦ, ସରୋଜ କୁମାର ଦାଶ ପ୍ରମୁଖ ରହିଛନ୍ତି । ତେବେ ଝାରସୁଗୁଡା ଜିଲ୍ଲା ବ୍ରାହ୍ମଣ ସମାଜର ପ୍ରତିନିଧି ଭାବେ ଶୁଭେନ୍ଦୁ ଦାଶ ଯୋଗ ଦେଇ ଝାରସୁଗୁଡା ପର୍ଶୁରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ଆନ୍ତଃ ଜିଲ୍ଲାସ୍ତରୀୟ ବ୍ରାହ୍ମଣ ସମାଜକୁ ନିମନ୍ତ୍ରଣ ଜଣାଇଥିଲେ । ଆସନ୍ତା ବର୍ଷ ସାରା ଓଡିଶାର ବ୍ରାହ୍ମଣ ମାନଙ୍କୁ ନେଇ ସୋନପୁରରେ ଏକ ମହାସଭାର ଆୟୋଜନ ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା । ପାଞ୍ଚ ଜିଲ୍ଲାର ଶତାଧିକ ବ୍ରାହ୍ମଣ ସପରିବାର ଏହି ବୈଠକରେ ଯୋଗ ଦେଇଥିଲେ । ପରେ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।