Wednesday, September 23, 2020
Home Death Case କବର ରୁ କାଢ଼ିଲେ ଶବ , ଫୋରେନସିକ ଯାଞ୍ଚ ପାଇଁ ପଠାହେଲା

କବର ରୁ କାଢ଼ିଲେ ଶବ , ଫୋରେନସିକ ଯାଞ୍ଚ ପାଇଁ ପଠାହେଲା

ରିପୋର୍ଟ: ଜଗଦୀଶ ଦାସ //
ଜି. ଉଦୟଗିରି(୧୦/୧୨): ମୋ ଝିଅ ସେଲିବ୍ରେଟ ଆତ୍ମହତ୍ୟା କରିନାହିଁ ତାକୁ କିଏ ହତ୍ୟା କରିଛି ଏପରି ବାପା ଜିଆସୁହା ନାୟକ ଜି.ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି । ଜି.ଉଦୟଗିରି ପୋଲିସ ଅଭିଯୋଗ ପାଇବା ପରେ କବରରୁ ଶବକୁ ବାହାର କରି ଏଫ୍ ଏମ ଟି ପାଇଁ ଆଜି ପଠାଇଥିବା ଜଣାପଡିଛି ।

ବିବରଣୀରୁ ପ୍ରକାଶ ଯେ ଗତ ୦୧.୦୨.୨୦୧୮ ତାରିଖ ଦିନ ଜିଆସୁଆ ନାୟକ ନିଜ ଘରେ ଝିଅ ଜେ ଏସ ସେଲିବ୍ରେଟ୍ (୧୬) ର ଝୁଲନ୍ତା ଶବ ଦେଖିବା ପରେ ତାକୁ କବର ଦେଇଥିଲେ । ଜିଆସୂଆ ନାୟକ କୌଣସି ସୂତ୍ରରୁ ଝିଅକୁ ହତ୍ୟା କରାଯାଇଥିବା ଖବର ପାଇ ଜି.ଉଦୟଗିରି ଥାନାରେ ଗତ ୦୭.୧୨.୧୯ ତାରିଖରେ ଅଭିଯୋଗ କରିଥିଲେ ଯେ ମୋ ଝିଅ ସେଳିବ୍ରେଟ୍ କୁ ମୋ ଜ୍ବାଇଁ ସୁରଜିତ ନାୟକ ହତ୍ୟା କରିଛି । ଜିଆଶୁଆଙ୍କ ଏତଲା କ୍ରମେ ଜି.ଉଦୟଗିରି ପୋଲିସ ଥାନା କେଶ ନଂ ୧୩୧ ଦଫା ୩୦୨,୨୦୧ ରେ ମାମଲା ରୁଜୁ କରି ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜି.ଉଦୟଗିରି ଅତିରିକ୍ତ ତହସିଲଦାର ଓ ମାଜିଷ୍ଟ୍ରେଟ ରାକେଶ କୁମାର ପାତ୍ରଙ୍କ ଉପସ୍ଥିତିରେ କବର ଦିଆଯାଇଥିବା ଜାଗାରୁ ଜେ ଏସ ସେଲିବ୍ରେଟର ଶବକୁ ବାହାର କରି ଏଫ୍ ଏମ ଟି ପାଇଁ ପଠାଯାଇଥିବା ଜି.ଉଦୟଗିରି ଉପଖଣ୍ଡ ପୋଲିସ ଅଧିକାରୀ ଜୟକୃଷ୍ଣ ବେହେରା ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ପୂର୍ବରୁ ଜିଆସୁଅ ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନବ ଅଧିକାର, ମହିଳା କମିଶନ, କନ୍ଧମାଳ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଇଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅବ୍ୟବସ୍ଥାରେ ଯାତ୍ରୀ ବିଶ୍ରାମ ଗାର , କଲ୍ୟାଣସିଂହପୁର

ରିପୋର୍ଟ ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର ୨୩/ ୯): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କୁମ୍ବାର ଗୁଡା ଛକଠାରେ ଥିବା ଯାତ୍ରୀ ବିଶ୍ରାମ ଗାର ଅବ୍ୟବସ୍ଥା...

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ...

ବାପା ମାଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ସୁଶାନ୍ତ ବର୍ତ୍ତମାନ ଅସାଧ୍ୟ ରୋଗରେ

ରିପୋର୍ଟ: ରାକେଶ ମହାରଣା // ଖଲିକୋଟ (୨୧/୦୯): ସୁଶାନ୍ତ ସ୍ୱାଇଁ, ଜଣେ ଶାନ୍ତଶିଳ ମଣିଷ | ବାପା ମାଙ୍କ ମୁର୍ତ୍ୟୁ ପରେ ବଂଶ ରକ୍ଷା ଦାୟିତ୍ୱ ତାଙ୍କ ଉପରେ |ଘରର ଏକୋଇର ବୋଳା ସୁଶାନ୍ତ,...

ସରକାରୀ ଜମି ଜବର ଦଖଲ ଏବଂ ଅଭିଯୋଗକାରୀଙ୍କୁ ନାଲି ଆଖି, ପ୍ରଶାସନ ଚୁପ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା୨୨ ୵ ୯୵ ୨୦୨୦): ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ...

Recent Comments

%d bloggers like this: