Advertisements
Monday, June 1, 2020
Home National News ଚାରି ଦିବସୀୟ ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ଅଲମ୍ପିକ୍ସ, ଭାରତର ଉଦ୍ଯାପନୀ ଉତ୍ସବ

ଚାରି ଦିବସୀୟ ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ଅଲମ୍ପିକ୍ସ, ଭାରତର ଉଦ୍ଯାପନୀ ଉତ୍ସବ


ବରପାଲି : ଗତ ୧୩ ତାରିଖ ରେ ସ୍ଥାନୀୟ ପଞ୍ଚଯାତ ଉଚ୍ଚ ବିଦ୍ୟାଳୟ ଲେନ୍ଡ| ଖେଳ ପଡିଆରେ ଚାରି ଦିବସୀୟ ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ଅଲମ୍ପିକ୍ସ, ଭାରତ ର ଅନ୍ତିମ ଦିବସ ର ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବରପାଲି ବ୍ଲକ ଚେୟାରମେନ ଶ୍ରୀ କିଶୋର ଦଫାଦର ଏବଂ ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଂଚଳ ପରିଷଦ ବରପାଲି ର ଚେୟାରମେନ ଶ୍ରୀମତୀ ମିନା ସେଠ ଓ ଭାଇସଚେୟାରମେନ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପଥୟ ଯୋଗଦାନ କରି କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ |ଉକ୍ତ କ୍ରୀଡା ଉତ୍ସବ ରେ ଅନ୍ତର୍ଜାତୀୟ ସ୍ୱତନ୍ତ୍ର ଫୁଟବଲ ଚାମ୍ପିଅନସିପ ଖେଳରେ ଭାଗ ନେବାକୁ ବଛା ଯାଇଥିବା ପି.ରମେଶ କୁମାର, ଛୋଟୁ ବିଶି, ଶିବୁ ଅଗ୍ରୱାଲ ଓ ବଳରାମ ଏବଂ ଡ଼ିସେଣ୍ଟ ବାଗ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହା ସହ ବରପାଲି ବ୍ଲକ ପ୍ରଶିକ୍ଷକ ସଂଘ ଚାରିଦିନ ଧରି ଅକ୍ଲାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିବାରୁ ମାନପତ୍ର ପ୍ରଦାନ କରାଯାଇଥିଲା |ଲେଣ୍ଡ| ର ଫୁଟବଲ ଖେଳାଳି ସଂଘ, ଅଫିସିଆଲ କୋଚ ଙ୍କୁ ସମ୍ବର୍ଦ୍ଧିତ କରାଯିବ ସହ ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ ଙ୍କୁ ସମ୍ମାନିତ କରାଯାଇଥିଲା | ମୁଖ୍ୟ ଅତିଥି ଜାତୀୟ କୋଚ ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତ ର ଶ୍ରୀ ଉମାକାନ୍ତ ଷଡ଼ଙ୍ଗୀ, ଶ୍ରୀ ଝସକେତନ ପଧାନ ଓ ଶ୍ରୀ ତ୍ରିନାଥ ସାମଲ ଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା |ଉକ୍ତ ଉତ୍ସବ ରେ ଶ୍ରୀ ଉମାକାନ୍ତ ଷଡ଼ଙ୍ଗୀ ଙ୍କ ସଂଯୋଜନା ରେ ଆୟୋଜିତ ଉଦ୍ଯାପନୀ ସଭାରେ ସରସ୍ବତୀ ଧନ୍ଦା ମୂଳକ ଭିନ୍ନକ୍ଷମ ତାଲିମ କେନ୍ଦ୍ର ର ସଭାପତି ଶ୍ରୀମତୀ ଲୀଳାବତୀ ତ୍ରିପଥୟ ଙ୍କ ଦ୍ୱାରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରାଯାଇଥିବା ବେଳେ ଅନୁଷ୍ଠାନ ର ସମ୍ପାଦିକା ଶ୍ରୀମତୀ ସୁନିତା ମୁଣ୍ଡଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା |

Advertisements

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଦେ ଉତ୍କଳ ଜନନୀ ଗାଇଲା ସମଗ୍ର ଝାରସୁଗୁଡା

ରିପୋର୍ଟ .ପ୍ରଶାନ୍ତ ମାଝୀ //ଝାରସୁଗୁଡା (୩୦/୫/୨୦୨୦): କରୋନା ଯୁଦ୍ଧରେ ସାମିଲ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ମନୋଭାବ ପ୍ରତି ସମ୍ମାନ ପ୍ରଦର୍ଶନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଶନିବାର...

ବିଦେଶୀ ମଦ ଦୋକାନରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ୬ଗିରଫ, କାର ଓ ସ୍କୁଟି ଜବତ

ରିପୋର୍ଟ: ବିମଳେନ୍ଧୁ ସାହୁ //ଲୋଇସିଂହା (୩୦/୦୫): ବଲାଂଗୀର ଜିଲ୍ଲା ଲୋଇସିଂହା ସ୍ଥିତ ବିଦେଶୀ ମଦ ଦୋକାନରେ କିଛି ଯୁବକ ଗଣ୍ଡଗୋଳ କରି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି ।...

କାଶିପୁରରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ

ରିପୋର୍ଟ: ଦେବେନ୍ଦ୍ର ନାୟକ //କାଶିପୁର (୩୦.୦୫.୨୦୨୦): କାଶିପୁରରେ ବନ୍ଦେ ଉତ୍କଳ ଜନନୀ ଗାନ ବିଭିନ୍ନ କାର୍ଯ୍ୟାଳୟ ସମେତ ଘରେ ଘରେ ଗାନ କରାଯାଇଛି | କୋଭିଡ ଯୁଦ୍ଧରେ ଲୋକଙ୍କ...

କରୋନା ସୁପର୍ ସିକ୍ସ୍ ରେ ଭୟଭୀତ ବରଗଡ଼

ରିପୋର୍ଟ: ଜଗବନ୍ଧୁ ସାହୁ //ବରଗଡ଼ (୩୦/୦୫): କରୋନାର ସୁପର୍ ସିକ୍ସ୍ ରେ ଅର୍ଥାତ କରୋନା ମହାମାରୀର ଏହି ଲକଡାଉନ୍ ସମୟରେ ଗୋଟିଏ ଦିନରେ ଛଅ ଜଣ ଯାକ ବରଗଡ଼...

Recent Comments

%d bloggers like this: