କନ୍ଧକୁଳ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ବୈଠକ

0
158
କନ୍ଧକୁଳ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୯/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ନାରାୟଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ କନ୍ଧକୁଳ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମୁଖ୍ୟତଃ ପଲ୍ଲୀ ସଭା ଗ୍ରାମ ସଭା ଗୁରୁତ୍ୱ ଦେଇ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ଗାଁ’ରେ ଗ୍ରାମ ସଭା କରି ପଞ୍ଚାୟତ ରେ ଶେଷ କରିବାକୁ ନିଷ୍ପତି ନିଆଗଲା । ଜାନୁଆରୀ ମାସ ୧୫ ତାରିଖ ସୁଦ୍ଧା ପ୍ରତ୍ୟେକ ପଞ୍ଚାୟତ ରେ ଗ୍ରାମ ସଭା ସାରିବାକୁ ସଭାପତି ମାନଙ୍କୁ ଅନୁରୋଧ କରାଗଲା । କନ୍ଧକୁଳ ସମାଜ ର ପ୍ରତ୍ୟେକ ନିୟମଗୁଡ଼ିକ ଗ୍ରାମ ସଭାରେ ପାସ କରି ଆସିବେ ।

ପ୍ରତ୍ୟେକ ଗ୍ରାମ ସଭାରେ ବେଜୁଣୀ, ଦିସାରୀ ମାନଙ୍କୁ ନିମନ୍ତ୍ରଣ କରିବେ କୁ ନିଷ୍ପତ୍ତି ନିଆଯାଇଛି । କନ୍ଧକୁଳ ସମାଜ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତ ରେ ସଭାପତି, ଉପ ସଭାପତି, ସମ୍ପାଦକ ଚୟନ କରାଯାଇଛି । ଯେ କୌଣସି ସମସ୍ୟା, ଅର୍ଥାତ ପାରିବାରିକ, କୋର୍ଟ କଚେରୀ, ବିବାହ ହେଲେ କନ୍ଧ କୁଳ ସମାଜ ମାଧ୍ୟମରେ ନିଷ୍ପତ୍ତି ନିଆଯିବ ବୋଲି ସଭାପତି, ଉପ ସଭାପତି ମାନେ ପ୍ରକାଶ କରିଛନ୍ତି ।