ଡିଭାଇଡର ରେ ପିଟିହେଲା ବାଇକ୍

0
109
ଡିଭାଇଡର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୩୦/୧୨) : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ର ବଡ଼ ତ୍ରୀଲୋଚନପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌ ଭାରସାମ୍ୟ ହରାଇ ଡିଭାଇଡର ରେ ପିଟିହେବାରୁ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି ।

ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ । ଆଜି ସକାଳେ ବାଇକ୍‌ ଆରୋହୀ ଜଣଙ୍କ ବାଇକ୍ ନେଇ ପାଣିକୋଇଲି ରୁ କୁଆଖିଆ ଅଭିମୁଖେ ଯାଉଥିଲେ । ଏହି ସମୟରେ ତ୍ରୀଲୋଚନପୁର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଡିଭାଇଡର ରେ ପିଟି ହୋଇଯାଇଥିଲା । ବାଇକ୍ ଆରୋହୀ ଜଣଙ୍କ ଗାଡ଼ିରୁ ଛିଟିକି ଅନ୍ୟତ୍ର ପଡ଼ିଯାଇଥିଲେ । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପାଣିକୋଇଲ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଦୁର୍ଘଟଣା ଗ୍ରସ୍ତ ବାଇକ୍‌ କୁ ଜବତ କରି କରି ଓଘଟଣାର ତଦନ୍ତ କରୁଛି ।