Govt. Going to Revive this neglected Doordarsan Kendra

ପଦ୍ମପୁର (ପ୍ରଭାତ ମିଶ୍ର) : ରାୟଗଡା ଜିଲ୍ଲା ର ଜଗାମଣ୍ଡା ପାହାଡ଼ ଶୀର୍ଷ ରେ ଥିବା ପରିତ୍ୟକ୍ତ କୋଠା ଯାହାକି କୋଟି କୋଟି ତାଙ୍କ ବ୍ୟୟ ରେ ନିର୍ମିତ ସେଇଠି ଏବେ ଅସାମାଜିକ ବ୍ୟକ୍ତି ମାନେ ନିଜ ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରୁଥିବାରୁ ଲୋକେ ଏହାକୁ ରାଜସ୍ବ ବିଭାଗ ର ବଙ୍ଗଳା ପାଇଁ ଜଣାଇବା ପରେ ପଦ୍ମପୁର ତହସିଲଦାର ଟି. ପଦ୍ମନାଭ ଦୋରା ଗଭୀର ଭାବେ ନିଜ ନଜର କୁ ନେଇ ଗତ କିଛି ଦିନ ତଳେ ରାୟଗଡା ଜିଲ୍ଲାପାଳ ଓ ଗୁଣୁପୁର ଉପ ଜିଲ୍ଲାପାଳ ଙ୍କୁ ଚିଠି ମାଧ୍ୟମ ରେ ଅବଗତ କରାଇ ରେଭେନ୍ୟୁ ବଙ୍ଗଳା କରିବା ପାଇଁ ଉଦ୍ୟମ କରୁଛନ୍ତି ଯାହାକି ଲୋକେ ଏହାକୁ ଭୁୟସୀ ପ୍ରଶଂସା କରିଛନ୍ତି | ସୂଚନା ଯୋଗ୍ୟ ଯେ ଗତ ୧୯୯୪ ମସିହା ଜାନୁଆରୀ ୧ ତାରିଖ ପ୍ରତିଷ୍ଠା କରାଯାଇଥିଲା |ତତ କାଳୀନ ସୂଚନା ଓ ପ୍ରସାରଣ ବିଭାଗ ଦ୍ୱାରା ଅନୁମୋଦନ ପାଇବା ପରେ ଏଠାକାର ଅଂଚଳ ବାସୀଙ୍କ ଦୂରଦର୍ଶନ ର ଡିଡି ଏସ ଚ୍ୟାନେଲ ଦେଖିବାର ସୁଯୋଗ ପାଇଥିଲେ |ତେବେ ଏହି ଟାୱାର ଟିକୁ ଅନ୍ୟତ୍ର ସ୍ଥାନାନ୍ତର ପରେ ଏହି ସୁନ୍ଦର କୋଠା ଗୁଡିକ ଭୁତ କୋଠି ପାଲଟିଛି | ତେବେ ଲୋକଙ୍କ ଆଗ୍ରହ କୁ ଦେଖି ବର୍ତମାନ ର ତହସିଲଦାରଙ୍କ ଉଦ୍ୟମ ପରେ ଗତ ମାସ ରେ ଗୁଣୁପୁର ଉପ ଜିଲ୍ଲାପାଳ ଅମୃତ ଋତୁରାଜ ଏହି ସ୍ଥାନ ଅନୁଧ୍ୟାନ କରି ରାଜସ୍ବ ବିଭାଗ ର ବଙ୍ଗଳା କରିବା ପାଇଁ ସବୁଜ ସଂକେତ ଦେଇଛନ୍ତି ଯାହା ପାଇଁ ଅଂଚଳ ର ଲୋକଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି |

Comments are closed.