୨୬ ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ

0
124
୨୬ ତମ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୩୦/୧୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ଖେଳ ପଡିଆରେ ଜୟ ଜଗନ୍ନାଥ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ହେଉଥିବା ୨୬ ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଫାଇନାଲରେ ସ୍ପାର୍ଟନ ଭୁବନେଶ୍ୱର କୁ ହରାଇ ଫରେଷ୍ଟ ଛତିଶଗଡ ଚାମ୍ପିୟନ ହୋଇଛି ।

୨୬ ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ ଫାଇନାଲ ମ୍ୟାଚଟି ଦୁଇଟି ଫର୍ମାଟରେ ହୋଇଥିଲା । ଭୁବନେଶ୍ୱର ଦଳ ଟସ ଜିଣି ପ୍ରଥମ ଫର୍ମାଟରେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୫ ଉଇକେଟ ହରାଇ ୨୨୬ରନ କରିଥିଲା।ଦଳର ଶଶାଙ୍କ ଚନ୍ଦ୍ରକର ୩୮ବଲରୁ ୮୪ରନ ଓ ହମିଦ ରାଜା ୪୨ରନ କରିଥିଲେ । ବିପକ୍ଷ ବାଦଲ ଭୋଳ ୨ଟି, ରୁଦ୍ର ବାଗ, ଦେବାଶିଷ ବାଗ ଓ ଇଲ୍ଲୁ ଗୋଚ୍ଛାୟତ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ଭୁବନେଶ୍ୱର ଦଳ ନିର୍ଦ୍ଧାରିତ ୨୦ ଓଭର ରେ ୭ ଉଇକେଟ ହରାଇ ୨୧୨ ରନ କରିଥିଲା । ଦଳର ସରୋଜ ପଣ୍ଡା ୪୬ବଲରୁ ଶହେ ରନ ଓ ବାଦଲ ଭୋଳ ୩୩ରନ କରିଥିଲେ ।

ବିପକ୍ଷ ଛତିଶଗଡ ର ବୈଭବ ଓ ବ୍ରଜେସ ଠାକୁର ପ୍ରତ୍ୟକ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଦ୍ଵିତୀୟ ଫର୍ମାଟ ମ୍ୟାଚରେ ଛତିଶଗଡ ଦଳ ନିର୍ଦ୍ଧାରିତ ୧୦ଓଭର ର ୮ ଉଇକେଟ ହରାଇ ୧୦୨ରନ କରିଥିଲା । ଦଳର ଚନ୍ଦ୍ରହାସ ୩୭ରନ କରିଥିଲେ । ବିପକ୍ଷ ଭୁବନେଶ୍ୱର ର କ୍ରିଷ୍ଣା ମୋହାନ୍ତି ୨ଟି, ରଞ୍ଜିତ ପାଇକରାୟ, କୁନା ଗୋଚ୍ଛାୟତ, ବାଦଲ ଭୋଳ ଓ ଇଲ୍ଲୁ ଗୋଚ୍ଛାୟତ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ଭୁବନେଶ୍ୱର ଦଳ୯.୫ ଓଭର ରେ ସମସ୍ତ ଉଇକେଟ ହରାଇ ୫୫ରନ କରିଥିଲା । ଦଳର ଚିତ୍ତ୧୭ ରନ ଓ ଦୁର୍ଗା ବେହେରା ୧୫ରନ କରିଥିଲେ । ଛତିଶଗଡ ର ମନନ କାଚା ୩ଟି, ବ୍ରଜେସ ଠାକୁର ଓ ଅମ୍ରିତ ସିଂ ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଉଭୟ ଫର୍ମାଟରେ ବିଜୟୀ ହୋଇ ଛତିଶଗଡ ଦଳ ଚାମ୍ପିୟନ ହୋଇଥିଲା ।

ପ୍ରାଣନ୍ଧୁ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର,ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଜୋନ-୧ ଜିଲ୍ଲା ପରିଷଦ ଲବ କୁମାର ସାହୁ,ଜୋନ-୨ ଜିଲ୍ଲା ପରିଷଦ ଚନ୍ଦ୍ରକାନ୍ତି ଦନ୍ତା, ଲୁତୁରପଙ୍କ ସରପଞ୍ଚ ସୁର୍ଯ୍ୟ ନନ୍ଦ, କ୍ରୀଡାବିତ କୃତିବାସ ମିଶ୍ର, ହିଲୁଙ୍ଗ ସମିତିସଭ୍ୟ ଶୈଳରଞ୍ଜନ ବାଦୀ, ପୂର୍ବତନ ଜିଲ୍ଲା ପରିଷଦ ଉତ୍ତର ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଆୟୋଜକ ସଭାପତି ସୁଧିର ପଧାନ ସଭାରେ ପୌରୋହିତ୍ୟ କରିଥିଲେ ।

ଛତିଶଗଡ ର ହମିଦରାଜା ଙ୍କୁ ଶ୍ରେଷ୍ଠ ବୋଲର, ଶଶାଙ୍କ ଚନ୍ଦ୍ରକରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା । ଚାମ୍ପିୟନ ଛତିଶଗଡ କୁ ନଗଦ ୫୦ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସଅଫ ଭୁବନେଶ୍ବର ଦଳ କୁ ନଗଦ ୩୦ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇରଥିଲା । ଫାଇନାଲ ମ୍ୟାଚକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଚୁଡାମଣି ପାଢୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ବାଙ୍କା ବିହାରୀ ମହାକୁର ସ୍କୋରିଂ,ଚମାରୁ ମହାକୁର ଅନ ଲାଇନ ସ୍କୋରିଂ ଏବଂ ମ୍ୟାକମିଲନ ମହାକୁର,ଅଶିଷ ଦେଓ,ପ୍ରାଣବନ୍ଧୁ ସାହୁ,ହୃଷିକେଶ ଚାନ୍ଦ ଓ ପୀତାମ୍ବର ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।