ଗରିବି ର ଦାରୁଣ ଦୃଶ୍ୟ,ଲମତାପୁଟ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ(୮/୧୨): ଆଦିବାସୀ ଅଞ୍ଚଳ ହେଉ କି ଗରିବ ମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଯୋଜନା ରହିଛି । ଏହା କଣ ସତରେ ପହଞ୍ଚି ପାରୁଚି ଲୋକଙ୍କ ପାଖରେ । ଯଦି ଏମାନଙ୍କ ନିକଟରେ ପହଂଚି ପାରୁନି ତ ଯାଉଚି କୁଆଡେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ଚିକେନପୁଟ ପଞ୍ଚାୟତର ଧବନିପୁଟ ଗ୍ରାମରେ ।

ଗ୍ରାମରେ ପ୍ରାୟ ତିରିଶ ପରିବାର । ଏହି ଧବନିପୁଟ ଗ୍ରାମ ହେଉଚି ଓଡ଼ିଶାର ପ୍ରସିଦ୍ଧ ଡୁଡୁମା ଜଳ ପ୍ରପାତ ନିକଟରେ । ଏହି ରାସ୍ତା ଦେଇ ବର୍ଷ ତମାମ ଯିବା ଆସିବା ଲାଗି ରହନ୍ତି ଅନେକ ରାଜନେତା ପ୍ରଶାସନିକ ଅଧିକାରୀ ମାନେ । କିନ୍ତୁ ଦୁଃଖର ବିଷୟ କାହାର ବି ଶୁଭ ଦୃଷ୍ଟି ପଡିନି ଏମାନଙ୍କ ଉପରେ । ଉଭୟ ପୁରୁଷ ମହିଲା ଓ ତାଙ୍କ ସହିତ ତାଙ୍କର ଛୋଟ ଛୋଟ ପୁଅ ଝିଅକୁ ଯାହାର କି କ୍ଷୀର ଖାଇବା ବୟସ ହେଉ କିମ୍ବା ବିଦ୍ୟାଳୟକୁ ଯିବାର ବାୟସ ଘରେ ସମସ୍ତେ ମିଶି ପାହାଡର ବକ୍ଷ କୁ ଚିରି ପଥର ସଂଗ୍ରହ କରି ପଥର ଉପରେ ଦୁଇ ତିନି ଦିନ ନିଆ ଜାଳି ପଥରକୁ ଫଟାଇ ସଂଗ୍ରହ କରାଯାଏ ଛୋଟ ଛୋଟ ପଥର ତାପରେ ଆହୁରି ଛୋଟ ଛୋଟ ଖଣ୍ଡ କରି ଗଦା କରନ୍ତି । ଗୋଟିଏ ଡବା ଭର୍ତି ହେବାପାଇଁ ଅଧା ଦିନ ଚାଲିଯାଏ । ଓ ଏଥିରୁ ପାଆନ୍ତି ତିରିଶି ଟଙ୍କା । କେମିତି ଚଳୁଛନ୍ତି ଏମାନେ ଏମାନେ କଣ ଅଭିଶପ୍ତ ନା ସରକାରୀ ସୁବିଧାର ପାଇବାର ହକଦାର ନାହାନ୍ତି | ବର୍ଷ ତମାମ ଏହି ରାସ୍ତା ଦେଈ ଅନେକ ପ୍ରଶାସନିକ ଅଧିକାରୀ ଜନ ପ୍ରତିନିଧି ଯାଆନ୍ତି ଦୁଡୁମା ଦେଖିବା ପାଇଁ ସତରେ କଣ କାହାର ନଜର ପଡିନି ନା ଜାଣି ଶୁଣି ଚୁପ ଅଛନ୍ତି ସମସ୍ତେ | ତ ପ୍ରଶ୍ନ ଉଠୁଚି ଏମାନଙ୍କୁ ସହାୟତା ଯୋଗାଇ ଦେବାର ପ୍ରଶାସନ କିମ୍ବା ସରକାରର ଦାୟିତ୍ୱ ନାହିଁକି । ଦେଖିବାକୁ ବାକି ରହିଲା ଏମାନଙ୍କ ନିକଟରେ କେବେ ସୂର୍ଯ୍ୟ ଉଦୟ ହେଉଚି |

Comments are closed.