କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁମୁଲି ଠାରେ ଉଦଯାପିତ, ସୁନ୍ଦରଗଡକୁ ହରାଇ ଟିଟିଲାଗଡ ବିଜୟୀ

0
135
କ୍ରିକେଟ

ରିପୋର୍ଟ : ରବିଶଙ୍କର ମହାପାତ୍ର
ବୋରିଗୁମ୍ମା, (୩୦/୧୨) : ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ କାଲି କୁମୁଲି ଗ୍ରାମର ଷ୍ଟାଡିୟମ ଠାରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ।

ସମୁଦାୟ ୧୨ଟି ଦଳ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚରେ ଟିଟିଲାଗଡ ଦଳ ପ୍ରଥମେ ବ୍ୟାଟିଂ କରି ୨୧୧ ରନ କରିଥିଲା । ପରେ ସୁନ୍ଦରଗଡ଼ ଦଳ ୧୪ ଓଭରରେ ୧୩୩ ରନ କରି ପରାଜିତ ହୋଇଥିଲେ । ଗତ କାଲିର ଏହି ମ୍ୟାଚରେ ସ୍ଥାନୀୟ ଲଛମନ ବାଲାଜୀ କ୍ରିକେଟ କ୍ଲବର ସଭାପତି ସୁଶାନ୍ତ କୁମାର ହୋତାଙ୍କ ସଭାପତିତ୍ୱରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ବିଜୟୀ ଟିଟିଲାଗଡ ଦଳକୁ ଏବଂ ଫାଇନାଲ ମ୍ୟାଚରେ ପରାଜିତ ପରାଜିତ ସୁନ୍ଦରଗଡ଼ ଦଳକୁ ଟ୍ରଫି ପ୍ରଦାନ ସହ ମାନପତ୍ର ପ୍ରଦାନ କରିଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ପିଙ୍କୁ ଶତପଥୀ, ବୋରିଗୁମ୍ମା ବ୍ଲକ କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତ, ସୁରେନ୍ଦ୍ର ତ୍ରିପାଠୀ, ଶିକ୍ଷକ ରତ୍ନାକର ଭଟ୍ଟ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ସମ୍ପାଦକ ଅନୀଲ ଦେବତା ବାର୍ଷିକ ବିବରଣୀ ପାଠ କରିଥିଲେ ବରିଷ୍ଠ କ୍ରୀଡା ଶିକ୍ଷକ ବିନୋଦ ତ୍ରିପାଠୀ ଏବଂ ଦେବେନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଜନ୍ମଦିନ କ୍ଲବର ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପାଳନ କରାଯାଇଥିବା ଜଣାପଡିଛି ।