ଜେନିଥ ଲାୟନ୍ସ ଗୁରୁକୁଳ କ୍ରୀଡ଼ା ଉତ୍ସବର ଉଦଯାପନୀ ଉତ୍ସବ

ରିପୋର୍ଟ: ଡିଳେଶ୍ୱର ବାଗ //
ପଦ୍ମପୁର(୦୮/୧୨): ଅଦ୍ୟ ତା.୦୮.୧୨.୨୦୧୯ ପ୍ରାତଃ ୮ ଘ. ରୁ ଜେନିଥ ଲାଏନ୍ସ ଗୁରୁକୁଳର କ୍ରୀଡ଼ା ଉତ୍ସବର ୨ୟ ଏବଂ ଉଦଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉତ୍ସବର ଆରମ୍ଭରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରାର୍ଥନା ସଭା ଏବଂ ସାମୂହିକ ବ୍ୟାୟାମ ଦର୍ଶନୀୟ ଥିଲା ।

ଏହି ପ୍ରାର୍ଥନା ସଭାରେ ଦଶମ ଶ୍ରେଣୀର ଛାତ୍ରୀ ସାଗରିକା ସାହୁ କ୍ରୀଡ଼ାର ମହତ୍ୱ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ରୀ ପ୍ରୀତିପର୍ଣ୍ଣା ଚୌହାନଙ୍କ ଦ୍ଵାରା ବ୍ୟାୟାମର ଉପକାରିତା ସମ୍ବନ୍ଧରେ ଏକ ବକ୍ତବ୍ୟ ପ୍ରଦାନ କରାଯାଇଥିଲା । ପରେ ପରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା କ୍ରୀଡ଼ା ଛାତ୍ର ଜୀବନରେ କାହିଁକି ଆବଶ୍ୟକ ସେହି ବିଷୟରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କ୍ରୀଡ଼ା ଉତ୍ସବକୁ ଶୁଭାରମ୍ଭ ପାଇଁ ଘୋଷଣା କରିଥିଲେ । ଦୁଇ ଦିନ ବ୍ୟାପୀ କ୍ରୀଡ଼ା ଉତ୍ସବକୁ କ୍ରୀଡ଼ା ଶିକ୍ଷକ ଶ୍ରୀ ଚନ୍ଦ୍ରମଣି ସାହୁ, ଶ୍ରୀ ଧରମ ବେହେରା, ଶ୍ରୀ କ୍ଷୀରୋଦ୍ର ଦାଶ, ଶ୍ରୀ ହରେକୃଷ୍ଣ ମେହେର, ଶ୍ରୀ ଅଶୋକ ସାହୁ, ଶ୍ରୀ ଉପେନ୍ଦ୍ର ସାହା, ଶ୍ରୀମତୀ ସୁକୁମାରୀ ତାଣ୍ଡି, ଶ୍ରୀ ଧ୍ୟାନଚାନ୍ଦ ଲୁହାର ଏବଂ ଅନୁଷ୍ଠାନର କ୍ରୀଡ଼ା ଶିକ୍ଷକ ଶ୍ରୀ ନରେଶ ବାରିକଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ କ୍ରୀଡ଼ା ଉତ୍ସବଟି ସୁଚାରୁରୂପେ ପରିଚାଳିତ ହୋଇଥିଲା । କ୍ରୀଡ଼ା ଶିକ୍ଷକ ମାନଙ୍କୁ ଅନୁଷ୍ଠାନର ସହକାରୀ ଶିକ୍ଷକ ଶ୍ରୀ ନୀଳମାଧବ ପ୍ରଧାନ, ଶ୍ରୀ ଆନନ୍ଦ କୁମାର ସାହୁ, ଶ୍ରୀ ଜିବର୍ଦ୍ଧନ ପ୍ରଧାନ, ଶ୍ରୀ ଖଗେଶ୍ବର ସାହୁ, ଶ୍ରୀ ଜୀବନ ଜ୍ୟୋତି ଛତ୍ରିଆ, ଶ୍ରୀ ଆଶିଷ କୁମାର ପୃଷ୍ଟି, କରନଜିତ ସିଂ ଗିଲ୍ , ଶ୍ରୀ ଜ୍ୟୋତିଷ ପ୍ରଧାନ, ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପୁରୋହିତ, ସୁଶ୍ରୀ ରାକ୍ଷୀ ଦେବତା , ସୁଶ୍ରୀ ଶୁଭ୍ରସା ଯୋଶୀ,ଶ୍ରୀମତୀ ସୁଧାରାଣୀ ଦୋରା, ଶ୍ରୀମତୀ ସତ୍ୟାଶିନୀ ବାରିକ, ସୁଶ୍ରୀ ମନୀଷା ସାହୁ, ସୁଶ୍ରୀ ମୀନାବତୀ ମେହେର ସମ୍ପୂର୍ଣ୍ଣ ସହଯୋଗ କରି କ୍ରୀଡ଼ା ଉତ୍ସବର ସଫଳତାରେ ଅଂଶୀଦାର ହୋଇଥିଲେ । ଏହି କ୍ରୀଡ଼ା ମହୋତ୍ସବରେ ସର୍ବଶ୍ରେଷ୍ଠ ବିଜେତା ଏବଂ ବିଜୟିନୀ ଭାବରେ ଶ୍ରୀ ରାଜେଶ ସାହୁ, କୁମାରୀ ତୃପ୍ତି ସାହୁ ଙ୍କୁ ଯୁଗ୍ମ ଭାବରେ ରନିଂ ଟ୍ରଫି ପ୍ରଦାନ କରାଯାଇଥିଲା । କ୍ରୀଡ଼ା ମହୋତ୍ସବ ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ।

କ୍ରୀଡ଼ା ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଶାଖା ପରିଚାଳକ ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ ଯୋଗଦାନ କରି କ୍ରୀଡ଼ାର ମହତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ ରଥ, ସମ୍ପାଦକ ଶ୍ରୀଯୁକ୍ତ ପବନ କୁମାର ଅଗ୍ରୱାଲ ,କୋଷାଧ୍ୟକ୍ଷ ଜାଭେଦ୍ ମହମ୍ମଦ ଉଦଯାପନୀ ଉତ୍ସବରେ ଯୋଗଦାନ କରି ଉତ୍ସବର ଗୌରବ ବୃଦ୍ଧି କରିଥିଲେ । ସଭାକାର୍ଯ୍ୟକୁ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ବେହେରା ପରିଚାଳନା କରିଥିଲେ । ପରିଶେଷରେ ଶ୍ରୀମତୀ ନିବେଦିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.