Friday, March 29, 2024

Top 5 This Week

Related Posts

ଭଏସ ଅଫ ସୁବର୍ଣ୍ଣପୁର ପ୍ରତିଯୋଗୀତାରେ ୭୦ବର୍ଷିୟ ଗାୟକ ପ୍ରଥମ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୧୨) : ସୁବର୍ଣ୍ଣପୁର ଜିଲ୍ଲା ଭଏସଅଫ ସୁବର୍ଣ୍ଣପୁର କମିଟି ପକ୍ଷରୁ ସ୍ଥାନିୟ ପୁରୁଣା ଟାଉନ ହଲ ଠାରେ ପଶ୍ଚିମ ଓଡିଶାର ସୁନାମଧନ୍ୟ ଗାୟକ ସ୍ୱର୍ଗତ ଫକିର ପଟ୍ଟନାୟକ ଙ୍କ ସ୍ମୃତିରେ ଭଏସ ଅଫ ସୁବର୍ଣ୍ଣପୁର ସଂଗୀତ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 12 30 at 09.29.11 1 ଭଏସ ଅଫ ସୁବର୍ଣ୍ଣପୁର ପ୍ରତିଯୋଗୀତାରେ ୭୦ବର୍ଷିୟ ଗାୟକ ପ୍ରଥମ

ଭଏସ ଅଫ ସୁବର୍ଣ୍ଣପୁର ପ୍ରତିଯୋଗୀତାରେ ୭୦ବର୍ଷିୟ ଗାୟକ ପ୍ରଥମ । ଏହି ଅବସରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅନୁଷ୍ଠାନ ସଭାପତି ଶିବପ୍ରସାଦ ଗୁରୁ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳକ ମନୋଜକୁମାର ବାରିକ ଓ ମାନଭଞ୍ଜନ ମିଶ୍ର ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟନାରାୟଣ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଧୁନିକ ପିଢୀର ଯୁବ ସଙ୍ଗିତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍ଗ ମଧ୍ୟରେ ପୌରାଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, ନାଟ୍ୟଶ୍ରୀ ଗଦାଧର ବାରିକ, ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ,ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ ।

ଏହି ପ୍ରତିଯୋଗୀତାରେ ଜିଲ୍ଲାର ୫୪ ଜଣ ପ୍ରତିଯୋଗୀ ଭାଗନେଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ସେଥିମଧ୍ୟରୁ ୧୫ଜଣ ପ୍ରତିଯୋଗୀ ଙ୍କୁ ଚୟନ କରାଯାଇଥିଲା । ପରେ ଚୁଡାନ୍ତ ପର୍ଯ୍ୟାୟରେ ୫ଜଣ କୃତୀ ପ୍ରତିଯୋଗୀ ଙ୍କୁ ଭଏସ ଅଫ ସୁବର୍ଣ୍ଣପୁର ଭାବରେ ଘୋଷଣା କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ବିଶିଷ୍ଟ ଗାୟକ ସ୍ୱର୍ଗତ ବୃନ୍ଦାବନ ନାଏକ ଙ୍କ ସ୍ମୃତିରେ ପ୍ରଥମ ପୁରଷ୍କାର ସମ୍ମାନରେ ସୁବର୍ଣ୍ଣପୁର ର ଜଣେ ୭୦ ବର୍ଷିୟ ଅଭିଜ୍ଞ ଗାୟକ ହୃଷିକେଶ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା ।WhatsApp Image 2022 12 30 at 09.29.11 ଭଏସ ଅଫ ସୁବର୍ଣ୍ଣପୁର ପ୍ରତିଯୋଗୀତାରେ ୭୦ବର୍ଷିୟ ଗାୟକ ପ୍ରଥମ

ଯୁବପ୍ରତିଭା ଅଭିଳାଷ ମିଶ୍ର ଙ୍କୁ ବିଶିଷ୍ଟ ଷୋଳଭରନି ବାଦ୍ୟକାର ସ୍ବର୍ଗତ ପୁରନ୍ଦର ବାରିକଙ୍କ ସ୍ମୃତିରେ ଦ୍ଵିତୀୟ ପୁରଷ୍କାର ପ୍ରଦାନ କରାଯାଇଥିବା ବେଳେ ଯୁବକଳାକାର ଅମିତଷଡ଼ଙ୍ଗୀ ଙ୍କୁ ତୃତୀୟ, ସୁଶ୍ରୀ ଶ୍ରାବଣୀ ମିଶ୍ର ଚତୁର୍ଥ ଓ ଲଲିତ ଜାମୁଡାଲିଆଙ୍କୁ ପଞ୍ଚମ ପୁରଷ୍କାର ପ୍ରଦାନ କରି ଭଏସ ଅଫ ସୁବର୍ଣ୍ଣପୁର ଘୋଷଣା କରାଯାଇଥିଲା ।

ଏଥିରେ ମହାଗୁରୁ ମୁଖ୍ୟ ବିଚାରକ ଭାବରେ ଓଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ରମେଶ ମହାନନ୍ଦ ଙ୍କ ସହିତ ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ନବୀନ କୁଅଁର, ଅନଙ୍ଗ ସାଇଦେଓ, ବେଦଶୃତି ମହାପାତ୍ର ପ୍ରମୁଖ ବିଚାରକ ମଣ୍ଡଳୀ ଯୋଗଦେଇ ଥିବାବେଳେ ଶିଳ୍ପୀ କଳା ଅନୁଷ୍ଠାନ ସମ୍ବଲପୁରର କଳାକାର ମାନେ ବାଦ୍ୟଯନ୍ତ୍ରରେ ବିଶେଷ ସହଯୋଗ ଜରିଥିଲେ । ଅନୁଷ୍ଠାନର ସମ୍ପାଦକ ସନ୍ତୋଷକୁମାର ପ୍ରଧାନ, ଉପସଭାପତି ସନ୍ତୋଷକୁମାର ମିଶ୍ତ, କାର୍ଯ୍ୟକ୍ରମ ସଂଯୋଜକ ଉମେଶ କୁମ୍ଭାର, ସହ ସମ୍ପାଦକ ଗଣପତିବାଘ, ପଞ୍ଚାନନ ନାଏକ, ସୌମ୍ୟକାନ୍ତ ମିଶ୍ର, ସୌମ୍ୟରଞ୍ଜନ ସେଠି, ପ୍ରିୟବ୍ରତ ନାଏକ, ଅବିନାଶ ବାରିକ, ରଞ୍ଜନ ବାରକ, ବଳରାମ ପଟ୍ଟନାୟକ, ପ୍ରମୁଖ ବିଶେଷ ସହଯୋଗ କରିଥିଲେ ।

Popular Articles