ବାଗଝୁଲା କନ୍ୟା ଆଶ୍ରମର ଅସହାୟ ଝିଅ ସୁରେଖାର ବିବାହ

ରିପୋର୍ଟ: ନିରୋଜ ପାଣି //
ପାଇକମାଳ(୦୮/୧୨): ବହୁତ ଗରୀବ ଓ ତାଙ୍କ ଅସହାୟ ପିତା ମାତା ଥିବା ଯୋଗୁଁ ଅନେକ ବର୍ଷ ହେଲା ଆଗଲପୁର ବ୍ଳକ ବାଗଝୁଲା କନ୍ୟା ଆଶ୍ରମରେ ରହୁଥିଲେ ଝିଅ ସୁରେଖା ପଟେଲ । ସେ କନ୍ୟା ଆଶ୍ରମ ସହଯୋଗରେ ସେ ସଂସ୍କୃତରେ ମାଷ୍ଟର ଡିଗ୍ରୀ ମଧ୍ୟ ପାଇଛନ୍ତି ।

ପଶ୍ଚିମ ଓଡିଶା ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠ ଠାରେ ରବିବାର ଆଗଲପୁର ବ୍ଳକ ବାଗଝୁଲା କନ୍ୟା ଆଶ୍ରମ ରହୁଥିବା ଅସହାୟ ଝିଅ ସୁରେଖା ପଟେଲଙ୍କ ସହିତ କୁଲ୍ଲୁ ବାହାଲ ନିବାସୀ ଅନିଲ ପଟେଲ ନାମକ ଯୁବକ ସହିତ ହିନ୍ଦୁ ରୀତି ନୀତି ଅନୁସାରେ ବିବାହ ସଂପନ୍ନ ହୋଇଥିଲା । ବାଗଝୁଲା କନ୍ୟା ଆଶ୍ରମ ପ୍ରତିଷ୍ଠାତା ଝିଅର ପିତା ମାତା ଭାବେ ଆଗଲପୁର ବ୍ଳକ ବାଞ୍ଜିପାଲି ଗାମର ମିନ କେତନ ବହିଦାର ଓ ମଞ୍ଜୁଲତା ବହିଦାରଙ୍କ ସହଯୋଗ କରିଥିଲେ । ଏହି ବିହାହ ଉତ୍ସବରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ଆଗଲପୁର ବ୍ଳକ ଭରସୁଜା ସରପଞ୍ଚ ଗଣେଶ ସାହୁ, ବରଗଡ ବିଜେଡି ଉପ ସଭାପତି କୀର୍ତ୍ତନ ଦାସ, ସମାଜ ସେବୀ ବିଜୟ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇ ଉଭୟ ଦମ୍ପତ୍ତିକୁ ଆଶୀର୍ବାଦ ଦେଇଥିଲେ । ଏହି ବିବାହକୁ କଂଗ୍ରେସ ସାହୁ, ସୁରେଶ୍ଵର ଭୋଇ, ଛିନୁ ବେହେରା ସହଯୋଗ କରିଥିବା ବେଳେ ହିମାଂଶୁ ସାହୁ ଭାଇ ଭାବେ ପରିଚାଳନା କରିଥିଲେ ।

Comments are closed.