ମହାମହିମ ରାଜ୍ୟପାଳ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

0
137
ମହାମହିମ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୨୯/୧୨) : ତା୨୯/୧୨/୨୦୨୨ ରିଖ ରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ନୂତନ ଭାବେ ନିର୍ମିତ କଳାହାଣ୍ଡି ଗ୍ରନ୍ଥାଗାର ଓ ନୂଆ ଶୈକ୍ଷିକ ଭବନକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଲୋକାର୍ପିତ କରିଛନ୍ତି ।WhatsApp Image 2022 12 30 at 08.29.05 ମହାମହିମ ରାଜ୍ୟପାଳ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

ଏହି ଅବସରରେ ମହାରାଜା ପ୍ରତାପ କେଶରୀ ଦେଓ ଙ୍କ ର ଆବକ୍ଷ ପ୍ରତିକୃତି କୁ ଗ୍ରନ୍ଥାଗାର ପରିସରରେ ଅନାବରଣ କରିଥିଲେ । ବିଶ୍ଵ ବିଦ୍ୟାଳୟ ର ସମସ୍ତଙ୍କ ପାଇଁ ପ୍ରାଥମିକ ଚିକିତ୍ସା ଜ୍ଞାନ କାର୍ଯକ୍ରମ ର ମଧ୍ୟ ଶୁଭାରମ୍ଭ କରିଥିଲେ । ସଭାରେ ମୁଖ୍ୟ ଅତିଥି ରୂପେ ମହାମହି ମରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ସମ୍ମାନିତ ଅତିଥି ଜିଲ୍ଲାପାଳ କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ତଥା ବିଶ୍ଵବିଦ୍ୟାଳୟ ରେଜିଷ୍ଟର ଡ. ପିତାମ୍ବର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଥମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଜାତୀୟ ସଙ୍ଗୀତ ଗାନ କରାଗଲା ଓ ସମସ୍ତେ ଛିଡ଼ା ହୋଇ ସଙ୍ଗୀତକୁ ସମ୍ମାନ କରିଥିଲେ । କୁଳପତି ଶ୍ରୀ ଶତପଥୀ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ବିଭିନ୍ନ ପଦକ୍ଷେପର ସୂଚନା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ଯେ, ଶିକ୍ଷା ଆହରଣ ସହିତ ମନର ଶୁଦ୍ଧି, ଆତ୍ମାର ଡାକ ଓ ସର୍ବୋପରି ଜଗତ କଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବା ବଡ଼ କଥା। କଳାହାଣ୍ଡି ଶବ୍ଦ ର ବିଶ୍ଳେଷଣ କରିବାକୁ ଯାଇ କହିଲେ, କାଳିଆ ର ହାଣ୍ଡି ହେଉଛି କଳାହାଣ୍ଡି । ଯୋଉ ହାଣ୍ଡିରେ ରୋଷେଇ ହୋଇ କାଳିଆ ଙ୍କ ପାଖରେ ଭୋଗ ଲାଗେ ଓ ସେ ମହାପ୍ରସାଦ ପାଲଟେ, ସେ ହେଉଛି କଳାହାଣ୍ଡି ର ପରିଚୟ ।

ଏହି ଜଗତ ମଧ୍ୟରେ ଭାରତ ପରି ଦେଶ ନାହିଁ। ଭାରତ ମଧ୍ୟରେ ଓଡ଼ିଶା ପରି ରାଜ୍ୟ ନାହିଁ। କଳାହାଣ୍ଡି ର ପ୍ରଗତି ଏବଂ ଏହା ସହିତ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ର ଅବଦାନ ପାଇଁ ସେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ଙ୍କ ପ୍ରଶଂସା କରି ଛାତ୍ର ଛାତ୍ରୀଙ୍କୁ ନିଜର ଭବିଷ୍ୟତ କୁ ସୁଦୃଢ଼ କରିବାକୁ ଅକ୍ଲାନ୍ତ ପରିଶ୍ରମ କରିବା ସହ ମାନବିକ ସମ୍ବେଦନଶୀଳତା କୁ ପାଥେୟ କରିବା ପାଇଁ ଆହ୍ବାନ କରିଥିଲେ । ଏହି କାର୍ଯ କ୍ରମରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗ ଦେଇ କଳାହାଣ୍ଡି ର ଶିକ୍ଷା, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଭିତ୍ତିଭୂମି ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।WhatsApp Image 2022 12 30 at 08.29.05 1 ମହାମହିମ ରାଜ୍ୟପାଳ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ

କଳାହାଣ୍ଡି ଏସ ପି ଶ୍ରୀ ଅଭିଳାଷ ଜି ଲାଇବ୍ରେରୀ ଛାତ୍ର ମାନଙ୍କ ଜୀବନ ରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରେ ଓ ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ଗୁରୁତ୍ଵ ଦେଇ ଜଣେ ସଫଳ ମଣିଷ ହେବାକୁ ପରିଶ୍ରମ କରନ୍ତୁ ବୋଲି କହିଥିଲେ । ସଭାପୂର୍ବରୁ ଏନ୍ ସି ସି କ୍ୟାଡେଟ ମାନେ ସମ୍ମାନ ଗାର୍ଡ ପ୍ରଦାନ କରିଥିଲେ । ଶେଷ ରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ । ଅପରାହ୍ନ ୩.୦୦ ଘଣ୍ଟା ସମୟରେ ସ୍ଥାନୀୟ ଟାଉନ୍ ହଲ୍ ଠାରେ ” ଚାଲ୍ ଦେଖମା ଆମର କଳାହାଣ୍ଡି” ର କଳାହାଣ୍ଡି କନ୍କ୍ଲେଭ ୨୦୨୨ ଶୀର୍ଷକ ଆଲୋଚନାଚକ୍ରରେ ମହାମହିମ୍ ରାଜ୍ୟପାଳ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଅବସରପ୍ରାପ୍ତ ଆଇ ଏ ଏସ୍ ତଥା ପୂର୍ବତନ ଆଇ ଜି ତିହାର ଜେଲ୍ , ଶ୍ରୀ ଜୟଦେବ ଷଡ଼ଙ୍ଗୀ ଙ୍କ ସଭାପତିତ୍ୱରେ ଅବସରପ୍ରାପ୍ତ ଆଇ ଏ ଏସ୍ ତଥା ପୂର୍ବତନ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ଚିନ୍ମୟ ବସୁ ତଥା ପି ଟି ଆଇ ସମ୍ପାଦକ ଶ୍ରୀ ରାଜେଶ ମହାପାତ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଆବାହକ” ଚାଲ୍ ଦେଖମା ଆମର କଳାହାଣ୍ଡି ” ଦ୍ଵାରା ଅନୁଷ୍ଠିତ ଦିନବ୍ୟାପୀ ଆଲୋଚନାଚକ୍ର ରେ କଳାହାଣ୍ଡିର ବିକାଶ ମୁଖ୍ୟତଃ କୃଷି ଓ ଜଳବାୟୁ ପରିବର୍ତ୍ତନ, ଶିକ୍ଷା ଓ ଜୀବିକା, ସଂସ୍କୃତି ଓ ପରମ୍ପରା, ନୂତନ ଆବିଷ୍କାର ଓ ଉଦ୍ୟୋଗିକରଣ, ଯୁବ ଦକ୍ଷତା ଓ କର୍ମ ନିଯୁକ୍ତି ଉପରେ ଦେଶ ର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବକ୍ତାଗଣ ଆମନ୍ତ୍ରିତ ହୋଇ ଆଲୋଚନା ରେ ଭାଗ ନେଇଥିଲେ ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜ ବକ୍ତବ୍ୟ ରେ କଳାହାଣ୍ଡିର କ୍ରମବିକାଶ ରେ ଲୋକଙ୍କ ସହଭାଗିତା ଓ ପରିଶ୍ରମର ପ୍ରଶଂସା କରିଥିଲେ ଏବଂ ଏହି ଜିଲ୍ଲା ଜଗନ୍ନାଥଙ୍କ ହାଣ୍ଡି ସଦୃଶ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସହ ପ୍ରେମ ଓ ସହଂତି ର ବାର୍ତ୍ତା ଦେଉଛି ବୋଲି କହିଥିଲେ । ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାରେ ସହରର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।