ଆଇ.ପି.ପି.ବି ତରଫରୁ ଆପଣଙ୍କ ବ୍ୟାଙ୍କ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ଗୋପୀନାଥ କଣ୍ଡାଗରୀ //
କୋଲନରା (୦୭/୧୨): ରାୟଗଡା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ହାତିଖମ୍ବା ଗ୍ରାମରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ତରଫରୁ ଆପଣଙ୍କ ବ୍ୟାଙ୍କ ଆପଣଙ୍କ ଦ୍ବାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁକୁନ୍ଦପୁର ପଞ୍ଚାୟତର ୨୦୦ରୁ ଉର୍ଧ ଲୋକମାନେ ଯୋଗ ଦେଇଥିଲେ ।

ଏରିଆ ମ୍ୟାନେଜର ରୋଶନ କୁମାର ପାଣ୍ଡେ ଉପସ୍ଥିତ ଲୋକମାନଙ୍କୁ ଆଜକାର କାର୍ଯ୍ୟକ୍ରମ ଦ୍ବରା ଏହି ସୁବିଧା ପାଇହେବ | ମନରେଗା, ମେଧାବୃତ୍ତି, ବିଭିନ୍ନ ପେନସନ, ଅନ୍ୟାନ୍ୟ ସରକାରୀ ରିହାତି, ଋଣ ବୀମା ମୋବାଇଲ ଏବଂ ଡି ଟି ଏଚ ରୀଚାର୍ଜ ,ବିଦୁତ୍ , ପାଣି ଏବଂ ,ଗ୍ୟାସ ବିଲ ଇତ୍ୟାଦି କାର୍ଯ୍ୟ ନିଜ ହାତରେ ସୁବିଧା ହେବା ବିଷୟରେ ବୁଝାଇ ଥିଲେ । ଲୋକ ବୁଝିବା ପରେ ଆଜି ୩ଘଣ୍ଟା ସୁଧା ୧୨୦ରୁ ଊର୍ଦ୍ଧ୍ଵ ଲୋକଙ୍କର ସଞ୍ଚୟ ଖାତା ଖୋଲା ଯାଇଛି | ନେଟୱର୍କ ଅସୁବିଧା ହେବା ଲାଗି ବେଶି ହେଇ ପାରିଲାନାହିଁ ବୋଲି ମ୍ୟାନେଜର ପ୍ରକାଶ କରିଛନ୍ତି। ଏରିଆ ମେନେଜର ରୋଶନ କୁମାର ପାଣ୍ଡେ, ଗଣୁପୂର ପୋଷ୍ଟ ଅଫିସର ମହମ୍ମଦ ସାଦବ,ପୋଷ୍ଟ ମାଷ୍ଟର ରାଜେନ୍ଦ୍ର ମାଣ୍ଡିଙ୍ଗୀ ,ଡମ୍ବରୁ ଧର ମହାପାତ୍ର ,ବାସୁଦେବ ନିସାଲ ,ପଦ୍ମନାଭ ତୋଇକା ,ଫାଲଗୁନୀ ପାତ୍ର ଇତ୍ୟାଦି ପୋଷ୍ଟ କର୍ମଚାରୀ କାର୍ଯ୍ୟ ପରିଚାଳନା କରିଥିଲେ।

Comments are closed.