ବଳଦିଆବନ୍ଧ ପେଟ୍ରୋଲ ପମ୍ପ ରୁ ଲୁଟ : କର୍ମଚାରୀଙ୍କ ଠୁ ଛଅ ଲକ୍ଷ ୫୦ ହଜାର ଟଙ୍କା ଲୁଟ

0
177

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୧୭/୦୮) : ଆଜି ଅପରାହ୍ନରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ପେଟ୍ରୋଲ ପମ୍ପ ନିକଟରେ କିଛି ଦୁର୍ବୁତ୍ତ ଗୁଳିକାଣ୍ଡ କରି ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠୁ ଛଅ ଲକ୍ଷ ୫୦ ହଜାର ଟଙ୍କା ଲୁଟ କରିନେଇଛନ୍ତି । ଏହି ଗୁଳିକାଣ୍ଡରେ ପେଟ୍ରୋଲ ପମ୍ପ କର୍ମଚାରୀ ମାନବେନ୍ଦ୍ର ଦାଶ ଗୁରୁତର ଆହତ ହୋଇ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ଭର୍ତି ହୋଇ ଚିକିତ୍ସଛିତ ହେଉଛନ୍ତି ।WhatsApp Image 2021 08 18 at 10.18.48 AM ବଳଦିଆବନ୍ଧ ପେଟ୍ରୋଲ ପମ୍ପ ରୁ ଲୁଟ : କର୍ମଚାରୀଙ୍କ ଠୁ ଛଅ ଲକ୍ଷ ୫୦ ହଜାର ଟଙ୍କା ଲୁଟ

ଆଜି ଅପରାହ୍ନରେ ବଳଦିଆବନ୍ଧ ପେଟ୍ରୋଲ ପମ୍ପ ରୁ ଛଅ ଲକ୍ଷରୁ ଊର୍ଧ୍ୱ ଟଙ୍କା ଏହି କର୍ମଚାରୀ ନେଇ ବାହାରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା କିଛି ଦୁର୍ବୁତ୍ତ ଗୁଳିକାଣ୍ଡ କରି ଟଙ୍କା ବ୍ୟାଗ ଧରି ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି । ଏଥି ସଂଗେ ସଂଗେ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରାଯାଇଛି ।

ଏହା ସହିତ ଢେଙ୍କାନାଳର ପୋଲିସ କଟକ ପୋଲିସ ସହିତ ଯୋଗାଯୋଗ ରଖି ଅପରାଧୀ ମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି । ଘଟଣା ସ୍ଥଳରେ ଢେଙ୍କାନାଳର ଏସ୍ପି କେ ଶିବା ସୁବ୍ରମଣି ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲେ ।