ଅରିଗାଁ-ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ପ୍ରସ୍ତୁତି ବୈଠକ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୦୭/୧୨): ବିନିକା ବ୍ଲକ ଅରିଗାଁ -ବିନିକା ଆଞ୍ଚଳିକ ଧନୁଯାତ୍ରା ମହୋସବ ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ କାର୍ଯ୍ୟକ୍ରମ ସଭାପତି ବିଶ୍ୱମ୍ବର ମିଶ୍ରଙ୍କ ପରିଚାଳନରେ ଅନୁଷ୍ଠିତ ହୋଇଯାଇଛି |

ଏଥିରେ ଗାଁର ଗୌନ୍ତିଆ ସୁଘୋସ କୁମାର ମିଶ୍ର କର୍ତା ଦାୟିତ୍ୱ ତୁଲାଇଥିଲା ବେଳେ ପୂଜକ ଚିତ୍ତରଞ୍ଜନ ଦାଶ ପୂଜାପାଠ କରିଥିଲେ | ପରେ କମିଟୀର ସଭ୍ୟବୃନ୍ଦ ଓ ଗ୍ରାମର ଭଦ୍ରଵ୍ୟକ୍ତି ସଂକୀର୍ତ୍ତନମଣ୍ଡଳୀ ସହ ଘଣ୍ଟ ବାଦ୍ୟରେ ଶୋଭାଯାତ୍ରାରେ ଗାଁର ଗୋପାଳ ଚନ୍ଦ୍ର ଦାଶଙ୍କ ଘରକୁ ଯାଇ କଂସ ଭୂମିକାରେ ଅଭିନୟ କରିବା ପାଇଁ ବରଣ କରିଥିଲେ |

Comments are closed.