ଲୋକ କଲ୍ୟାଣ ସମିତି ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୦୭/୧୨): ଲୋଇସିଂହା ଲୋକ କଲ୍ୟାଣ ସମିତି ତରଫରୁ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି ।

ଅନୁଷ୍ଠାନର ସଭାପତି ସରୋଜ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଉତ୍କଳ ପ୍ରସାଦ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଇନ୍ଦ୍ରମଣି ବାରିକ ଓ ଯୁବନେତା ସୁଦୀପ ସା ଯୋଗଦେଇ ସ୍ଥାନୀୟ ଶାନ୍ତିଗ୍ରାମ ସ୍ଥିତ କୁଷ୍ଠରୋଗ ସେବାଶ୍ରମରେ ଅନ୍ତେବାସୀଙ୍କୁ ଶୀତବସ୍ତ୍ର ପ୍ରଦାନ କରିଥିଲେ । ପରେ ଲୋଇସିଂହା, ବୁର୍ଡା, ବୁଢ଼ୀପଦର ଓ ସେମେଳମୁଣ୍ଡା ଗ୍ରାମର ଅସହାୟ ଲୋକଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା । ଏଥିରେ ଅନୁଷ୍ଠାନର ସମ୍ପାଦକ ତୁମେଶ୍ବର ସାହୁ, ବାହାଦୂର ନନ୍ଦ, ସୋମନାଥ ପଧାନ,ନାରାୟଣ ସଲତର, ନେପାଳ ସା, ଗୌତମ କୁଅଁର, ମୁରଲୀ ସାହୁ,ଅନ୍ତର୍ଯ୍ୟାମୀ ବିଶ୍ୱାଳ, ବନମାଳୀ ଛତ୍ରୀଆ, ରଞ୍ଜନ ରାଉତ ପ୍ରମୁଖ ସହାୟତା କରିଥିଲେ । ଆଗାମୀ ଅଳ୍ପ ଦିନ ମଧ୍ୟରେ ଲୋଇସିଂହା ବ୍ଲକ ର ସମସ୍ତ ଗ୍ରାମାଞ୍ଚଳରେ ଅସହାୟ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି ।

Comments are closed.