ସାମ୍ବାଦିକ ଙ୍କ ପୁତ୍ର କୁ ଆକ୍ରମଣ

0
120
ସାମ୍ବାଦିକ ଙ୍କ ପୁତ୍ର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ର ମହାଦେବପାଲି ଅଧିନସ୍ଥ ସେଲେଡି ଗ୍ରାମର ସାମ୍ବାଦିକ ଙ୍କ ପୁତ୍ର ବିପ୍ଳବ ରଞ୍ଜନ ପେରା (୧୫) ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।

ସାମ୍ବାଦିକ ଙ୍କ ପୁତ୍ର କୁ ଆକ୍ରମଣ । ସୂଚନା ଅନୁସାରେ, ଗତକାଲି ପାହାନ୍ତିଆ ସମୟରେ ବିପ୍ଳବ ସବୁଦିନ ଭଲି ସେଲେଡି ଛକ କୁ ପେପର ଆଣିବା ପାଇଁ ଯାଉଥିବା ସମୟରେ ସ୍ଥାନୀୟ ହାଇସ୍କୁଲ ନିକଟରେ ୪ ଜଣ ଲୋକ ମୁହଁ ରେ ମୁଖା ବାନ୍ଧି ଲୁହା ଛଡ ଓ ଠେଙ୍ଗା ରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେ କଷ୍ଟେ ମାଷ୍ଟେ ମୁକୁଳି ଚାଲି ଆସିଥିବା ବେଳେ ତାଙ୍କର ଗୋଡ଼ ଓ ଅଣ୍ଟା ରେ ଗଭୀର ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ବିନିକା ଡାକ୍ତରଖାନା କୁ ଅଣାଯାଇଥିଲା ।

ସେଠାରୁ ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ଥିବାରୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି । ବିପ୍ଳବ ସେଲେଡି ହାଇସ୍କୁଲ ର ଜଣେ ମେଧାବି ଛାତ୍ର ଓ ଖେଳକୁଦ ରେ ମଧ୍ୟ ସେ ପ୍ରବୀଣ ଅଟନ୍ତି । ତେଣୁ କେହି ବ୍ୟକ୍ତିଗତ ଆକ୍ରୋଶ ରଖି ଓ ଜାତିଆଣ ଆକ୍ଷେପ କରି ଏଭଳି କାଣ୍ଡ କରିଥିବା ସନ୍ଦେହ କରାଯାଉଛି । ଏ ନେଇ ବିପ୍ଳବ ଙ୍କ ପିତା ସାମ୍ବାଦିକ ଶ୍ରୀ ପେରା ମାହାଦେବପାଲି ଫାଣ୍ଡି ରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣା କୁ ଗୁରୁତର ସହ ନେଇ ଦୋଷୀ ମାନଙ୍କୁ ତୁରନ୍ତ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଦାବି ହେଉଛି ।