ଜେନିଥ ଲାୟନ୍ସ ଗୁରୁକୁଳର ୧୫ତମ କ୍ରୀଡ଼ା ମହୋତ୍ସବ

ରିପୋର୍ଟ: ଡିଳେଶ୍ୱର ବାଗ //
ପଦ୍ମପୁର(୦୭/୧୨): ଅଦ୍ୟ ତା.୦୭.୧୨.୨୦୧୯ ଶନିବାର ସ୍ଥାନୀୟ ଆର.ବି ହାଇସ୍କୁଲ ପଡ଼ିଆରେ ପଦ୍ମପୁରର ଜେନିଥ ଲାୟନ୍ସ ଗୁରୁକୁଳର ୧୫ତମ କ୍ରୀଡ଼ା ମହୋତ୍ସବ ଉଦଘାଟିତ ହୋଇଯାଇଛି ।

ଏହି ଉଦଘାଟନ ମହୋତ୍ସବରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଜେନିଥ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଚ୍ୟୁତାନନ୍ଦ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉତ୍ସବର ଶୁଭାରମ୍ଭ ଘୋଷଣା କରିଥିଲେ । ତାଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା, ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର, ଉପସଭାପତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ରଥ, ସମ୍ପାଦକ ଶ୍ରୀଯୁକ୍ତ ପବନ କୁମାର ଅଗ୍ରୱାଲ ସହଯୋଗ କରି ଛାତ୍ରଛାତ୍ରୀଙ୍କ ଅଭିବାଦନ ସ୍ୱୀକାର କରିଥିଲେ । ଏହା ପରେ କ୍ରୀଡ଼ା ମହୋତ୍ସବ ଯଥାରୀତି ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଅନୁଷ୍ଠାନର ଶିକ୍ଷକ ତଥା କର୍ମଚାରୀ ଶ୍ରୀ ସନ୍ତୋଷ ବେହେରା, ଶ୍ରୀ ଆନନ୍ଦ ସାହୁ, ଶ୍ରୀ ସତୀଶ ସାହୁ, ଶ୍ରୀ ଗତିକୃଷ୍ଣ ସାହୁ, ଶ୍ରୀଯୁକ୍ତ ମଦନ ମୋହନ ସାହୁ, ଶ୍ରୀ ସୁମିତ ରାଉତରାୟ ଏବଂ ଶ୍ରୀ ସଚ୍ଚିଦାନନ୍ଦ ସାହୁଙ୍କ ଅବଦାନ ସ୍ୱାଗତଯୋଗ୍ୟ ଥିଲା ।

Comments are closed.