ଜଣେ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ, କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଆରମ୍ଭ

0
142
ଜଣେ ବ୍ୟକ୍ତି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ ଟିଟଲାଗଡ, (୨୯/୧୨) : ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟ ରେ ଟିକ୍ରାପଡ଼ା ଗ୍ରାମର ଯୁଧିଷ୍ଠିର ନାଗ (୩୩) ଏକ ବାଇକ୍ ରେ ଟିଟିଲାଗଡ଼ ରୁ ନିଜ ଗ୍ରାମ ଟିକ୍ରାପଡ଼ା କୁ ଫେରୁଥିବା ବେଳେ ବେଳେ ଟିଟିଲାଗଡ ରୁ ପ୍ରାୟ ଦୁଇ କି.ମି ଦୂର ସତିଘାଟ ଗ୍ରାମ ନିକଟରେ ଜଣେ ବ୍ୟକ୍ତି ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।

ଦୁର୍ଘଟଣାରେ ଜଣେ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ । ସେ ମୃତ ଅବସ୍ତାରେ ରାସ୍ତା ରେ ପଡ଼ିଥିବା ବେଳେ ତାଙ୍କୁ ଟିଟଲାଗଡ ପୋଲିସ ଖବର ପାଇ ଟିଟଲାଗଡ ଡାକ୍ତର ଖାନା ଆଣିଥିଲେ । ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ, ତାଙ୍କ ସମ୍ପର୍କୀୟ ପରିବାର ଲୋକେ ଆସି ପହଞ୍ଚି ଥିଲେ । ଟିଟିଲାଗଡ ପୋଲିସ ଏସ, ଆଇ ଦେବାଶିଷ ହୋତା ସବିଶେଷ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ତାଙ୍କ ର ଏକ ମୋବାଇଲ୍ ଓ ବାଇକ୍ ପୋଲିସ ଜବତ କରିଛି ।

ସେ ଭାରସାମ୍ୟ ହରାଇ ଗାଡିରୁ ପଡି ଗଲେ ଅବା କୌଣସି ଗାଡି ଧକ୍କା ଦେଲା ତାହା ସ୍ପଷ୍ଟ ଭାବରେ କିଛି ଜଣାପଡି ନାହିଁ । ସେହିପରି ତାଙ୍କୁ ଉକ୍ତ ଗ୍ରାମ ର କିଛି ଯୁବକ ଙ୍କ ସହ ବଚସା ସୃଷ୍ଟି ହୋଇଥିଲା ଓ ସେ ନିଜ ବାଇକ ଚଳାଇ ଚାଲିଯାଇ ଥିଲେ ବୋଲି ପ୍ରକାଶ ପାଇଛି । ବର୍ତ୍ତମାନ ଶବ ବ୍ୟବଚ୍ଛେଦ କରାଯିବା ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ମୃତ ଯୁଧିଷ୍ଠିର ଙ୍କ ତିନୋଟି ଛୋଟ ସନ୍ତାନ ଥିବା ଜଣାଯାଇଛି । ଘଟଣା ର ସବିଶେଷ ତଦନ୍ତ ପାଇଁ ପରିବାର ଲୋକେ ପ୍ରକାଶ କରିଛନ୍ତି ।