ଶିତର ଲହରୀରେ ପଦ୍ମପୁର ଉପଖଣ୍ଡ

ରିପୋର୍ଟ: ନିରୋଜ ପାଣି //
ପାଇକମାଳ(୦୬/୧୨): ଗନ୍ଧମାର୍ଦ୍ଦନ ପାଦ ଦେଶରେ ପଦ୍ମପୁର ଉପଖଣ୍ଡ ଅବସ୍ଥିତ | ପାହାଡ ପର୍ବତ ଘେରା ଏଇ ଅଂଚଳରେ ଦିର୍ଘ ତିନି ଦିନ ହେବ ଶୀତ ର ଲହରୀ ପ୍ରବଳ ହେବାରେ ଲାଗିଛି | କେବେ ଖରା କେବେ ଛାଇଭଳି ଏଠି ଗ୍ରୀଷ୍ମ ମାସରେ ପ୍ରବଳ ଗରମ ହୋଇଥିବାବେଳେ ଶୀତମାସରେ ହାଡଭଙ୍ଗା ଶୀତ ଅନୁଭବ ହୋଇଥାଏ |

ଏବେ ସକାଳ ଆଠ ଘଣ୍ଟା ସମୟ ନ ହେଲେ ଲୋକେ ପଦା କୁ ବାହାରୁ ନାହାନ୍ତି | ବିଭିନ୍ନ ଯାଗାରେ ଲୋକେ ନିଆଁ(ଅଁତରା୍)ଜାଳି ନିଜନିଜ ଶରୀରର ତାପମାତ୍ରା ବଢ଼େଇବାରେ ବ୍ୟସ୍ତ | ପ୍ରବଳ ଥଣ୍ଡା କାରଣରୁ ସହର ଠାରୁ ଗ୍ରାମାଂଚଳ ସବୁ ଶୁନଶାନ ସହ ଖାଁଖାଁ ଲାଗୁଛି | ପ୍ରାୟତଃ ସକାଳ ୮ଘଣ୍ଟା ଓ ସନ୍ଧ୍ୟା ୫ପରେ ମଟର ସାଇକେଲ ଠାରୁ ଆରମ୍ଭ କରି ଚାରିଚକିଆ ଯାନ ଚଳଚଳ ବନ୍ଦ ହୋଇଯାଉଛି | ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏଭଳି ଶୀତର ଲହରୀ ଆରମ୍ଭ ଆଉ ୧୫ଦିନ ପର୍ଯ୍ୟନ୍ତ ଲାଗି ରହିବ |

Comments are closed.