Related Contents

ପଦମପୁର୍ ଠାରେ ସିଲଂ ବହିର୍ଭୁତ ଜମି ଓ ଦଲିତ ଗରିବଂକୁ ପଟ୍ଟା ବଣ୍ଟନ ଆଦି ଦାବି କୁ ନେଇ ସି.ପି.ଆଇ (ଏମ ଏଲ୍ )ଲିବରେସନ୍ ର ରାଲି

ପଦ୍ମପୁର : (ପ୍ରଭାତ ମିଶ୍ର ) : ରାୟଗଡା ଜିଲାର ପଦ୍ମପୁର୍ ଠାରେ ସି.ପି.ଆଇ. (ଏମ ଏଲ୍ )ଲିବରେସନ୍ ର ପଦ୍ମପୁର୍ ବ୍ଲକ୍ କମିଟି ତରଫରୁ ଏହାର ଜିଲ୍ଲା ସମ୍ପାଦକ ତ୍ରିପତି ଗମାଂଗ ଆହ୍ବାନ କ୍ରମେ ଏକ ବିରତ ରାଲି ଓ ଶୋଭାୟାତ୍ରା ଅନୁଷ୍ଠିତ ହୋଇଯାଇଛି | ଏହି ରାଲି ପଦ୍ମପୁର୍ ସୁନାରୀ ଘାଇ ଛକ୍ ଠାରୁ ବ୍ଲକ୍ ଅଫିସ୍ ରେ ପହଂଚି ସ୍ଥାନୀୟ ବିଡିଓ ମୌସମୀ ନାୟକ ଙ୍କୁ ଦାବିପତ୍ର ଦେବାପରେ ସେଠାରୁ ପଦ୍ମପୁର ତହସିଲ୍ ଅଫିସ ରେ ପହଂଚି ତହସିଲଦାର୍ ଟି.ପଦ୍ମନଭ୍ ଦୋରା ଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ |ସେମାନଂକ ପ୍ରମୁଖ ଦାବି ମଧ୍ୟରେ ସିଲିଂ ବହିର୍ଭୁକ୍ତ ଜମି ଗୁଡିକୁ ଅଦିବାସୀ ଓ ଦଲିତ ମଧ୍ୟରେ ବଣ୍ଟନ କରାଯିବା , ନନ୍ଦରାମପୁର୍ ଠାରୁ ଆର.ଡି.ରାସ୍ତା ତରଲେଣ୍ଡି ଛକ ପର୍ଯନ୍ତ, ହସ୍ତିନାପୁର୍ ଠାରୁ କିଂଦରାଗୁଦ,ହଳଗୁଡ| ଠାରୁ ଥାଆ ଗୁଡି ଆଦି ରାସ୍ତା, ଗୁନଜିଗୁଦା, ଗଦଗଦା , ସୌରା ଲୁପୁରୀ ମୁଣ୍ଡି ନାଳକୁ ଚେକ୍ ଡେମ୍ କରାଯାଇ ଜଲଯୋଗଣ, ପଦ୍ମପୁର ବ୍ଲକ୍-ସଦରମହକୁମା କୁ ଏନ ଏ ସି ମାନ୍ୟତା,ପଦ୍ମପୁର୍ ସମସ୍ତ ପଂଚାୟତ କୁ ସଠିକ୍ ଭାବେ ଜଲଯୋଗଣ, ଖାଦ୍ୟ ସୁରକ୍ଷା ଆଇନ ରେ ସମସ୍ତଂକୁ ରେସନ୍ କାର୍ଡ଼ ଏବଂ ଜଣ ପିଛା ୫୦ କି.ଗ୍ରା.ଚାଉଲ୍ ଓ ସମସ୍ତ ଗରିବ ଅଦିବାସୀ ଦଲିତ ମାନଂକୁ ବାସ ଗୃହ, ବିଜୁଳି ଦର କମାଯିବ ଆଦି ଦାବିକୁ ନେଇ ହଜାରେ ରୁ ଉର୍ଦ୍ଧ ଅଦିବାସୀ ପୁରୁଷ ମହିଲା ଏକାଠି ହୋଇଥିଲେ |ଏହି ଶୋଭାୟାତ୍ରା ରାଲି ରେ ହିତିରିଂଗା ମାଝି., ବୃନ୍ଦାବନ ବିଡିକା,ସମ୍ବରାସିର୍ ଦମୋଦର୍ ସବର୍ ପ୍ରମୁଖ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ |

Comments are closed.