ସୁବର୍ଣ୍ଣପୁର ର ତନ୍ତକଳା ଦେଖି ରାଜ୍ୟପାଳ ଅଭିଭୂତ

0
121
ସୁବର୍ଣ୍ଣପୁର ର ତନ୍ତକଳା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୮/୧୨) : ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିନିକିଆ ସୁବର୍ଣ୍ଣପୁର ଗସ୍ତ । ସୁବର୍ଣ୍ଣପୁର ର ତନ୍ତକଳା ଦେଖି ରାଜ୍ୟପାଳ ଅଭିଭୂତ । ବୁଧବାର ସୋନପୁର ସର୍କିଟ୍ ହାଉସ୍‌ ଠାରେ ମହାନଦୀ ସାହିତ୍ୟ ସଂସଦ (ଏମ୍‌ଏସ୍‌ଏସ୍) ର କର୍ମକର୍ତ୍ତା ମାନେ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଏହି ଅବସରରେ ସଂସଦ ତରଫରୁ ରାଜ୍ୟପାଳଙ୍କୁ ସୋନପୁରର ପ୍ରସିଦ୍ଧ ଟେରାକୋଟା ହନୁମାନ, ହସ୍ତତନ୍ତର ୱାଲହେଙ୍ଗିଂ, ସୁରେଶ୍ୱରୀ ମାଁ ଙ୍କ ଫଟୋଚିତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଛି । ସୁବର୍ଣ୍ଣପୁର ର ତନ୍ତକଳା ଦେଖି ରାଜ୍ୟପାଳ ଅଭିଭୂତ । ଜାତୀୟ ପୁରସ୍କାର ପ୍ରାପ୍ତ ତନ୍ତଶିଳ୍ପୀ ପ୍ରହଲ୍ଲାଦ ମେହେରଙ୍କ ଦ୍ୱାରା ପ୍ରସ୍ତୁତ ‘କଳ୍ପଦୃମ’ ୱାଲହେଙ୍ଗିଂକୁ ବାପା ଖଗେଶ୍ୱର ମେହେରଙ୍କ ସହିତ ପ୍ରହଲ୍ଲାଦ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ସଂସ୍କୃତି ଗବେଷକ ଡଃ ପୁରୁଷୋତ୍ତମ ମିଶ୍ର ସ୍ୱରଚିତ ‘ସୁବର୍ଣ୍ଣପୁରର ଲୋକ ସଂସ୍କୃତି’ ଏବଂ ‘ଚନ୍ଦନ ବନର ଗପ’ ପୁସ୍ତକ ପ୍ରଦାନ କରିଥିଲେ ।

ସଂସଦର ସଭାପତି ଶ୍ୟାମାଓଁ ମିଶ୍ରଙ୍କ ନେତୃତ୍ୱରେ ଡଃ ସୌରଭ ରଞ୍ଜନ ଖମାରୀ, ପୁରୁଷୋତ୍ତମ ମିଶ୍ର, ବିଘ୍ନରାଜ ପଣ୍ଡା, ଧରଣୀଧର ମିଶ୍ର, ବ୍ରତାନନ୍ଦ ଭୋଇ, ରାଧେଶ୍ୟାମ ପୁରୋହିତ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟିଥିଲେ । ଫେବ୍ରୁଆରୀ ୫ ମାଘ ପୂର୍ଣ୍ଣିମା ଅବସରରେ ଆୟୋଜିତ ହେବାକୁ ଥିବା ‘ଲୀଳା କ୍ଷେତ୍ର ପାତାଳୀ’ ସଂପର୍କିତ ଜାତୀୟ କର୍ମଶାଳା ଏବଂ ସଙ୍ଗମ ଆଳତିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରାଯାଇଥିଲା ।