ପିଡ୍ଯୁଡିର ଦୁର୍ବଳତା- ବିଜୁ ଏକ୍ସପ୍ରେସ ରାସ୍ତା ବେହାଲ, ପାଇକମାଳ

ରିପୋର୍ଟ: ନିରୋଜ ପାଣି //
ପାଇକମାଳ(୦୬/୧୨): ବିଗତ ୨୦୧୪ବର୍ଷର ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାର ଗମନା ଗମନ ଓ ଯୋଗାଯୋଗ ପାଇଁ ପଶ୍ଚିମ ଓଡ଼ିଶା ବାସୀଙ୍କୁ ୩୪,୦୦୦, କୋଟି ଟଙ୍କା ଏକ ନୂଆଁଖାଇ ଭେଟି ସ୍ବରୂପ ରାସ୍ତା କାମକୁ ବିଜୁ ଏକ୍ସପ୍ରେସ ୱେ ନାମରେ ଘୋଷଣା କରିଥିଲେ |

ଏହି ଏକ୍ସପ୍ରେସ ୱେରେ ଜିଲ୍ଲା ଓ ଜିଲ୍ଲା ମାନଙ୍କ ଭିତରେ ଥିବା ବଡ ବଡ ସହରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ବାବୁଙ୍କ ଫଟୋଚିତ୍ର ଥିବା ବଡ ବଡ ହେଡିଙ୍ଗ ପୀଡ଼ବ୍ଲୁଡ଼ି ବିଭାଗ ଲଗାଇଥିଲା । ଏବେ ବି ରାସ୍ତାରେ ସ୍ଥାନେ ସ୍ଥାନେ ବିଜୁବାବୁଙ୍କ ଫଟୋ ଲଗାଇ ଷ୍ଟିଲ ଫ୍ରେମ ବୋର୍ଡ ପିଡ୍ଯୁଡି ରାସ୍ତାରେ ଲାଗିଛି ଓ ହେଲ୍ ମେଟ୍, ନିରାପଦ, ରୋଡ କ୍ରସିଙ୍ଗ୍, ଏରୋ ରାସ୍ତାଙ୍କୁ ବିଭିନ୍ନ ସାଇନ୍ ବୋର୍ଡ୍ ମାଧ୍ୟମରେ ସତର୍କ କରୁଛନ୍ତି । ହେଲେ ପାଇକମାଳ ଠାରୁ ମାଣ୍ଡୋସିଲ ପର୍ଯ୍ୟନ୍ତ ରାସ୍ତାର ନିବ ନିର୍ମାଣ ତ୍ବରାନ୍ବିତ ହୋଇ ପାରୁନାହିଁ । ଏମିତି କି ଗମନା ଗମନରେ ବାଧା ସୃଷ୍ଟି କରୁଛି । ରାସ୍ତା ଯିବା ଆସିବା ସମୟରେ ବାଇକ ଓ ସାଇକେଲ ଆରୋହୀ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହି ରାସ୍ତାରେ ଯାତାୟତ କରି ଶିକ୍ଷା ଅର୍ଜନ କରୁଥିବା ଛାତ୍ରଛାତ୍ରୀ ମାନେ ନିଜକୁ ଉୟଭୀତ ମନେ କରୁଛନ୍ତି । ରାସ୍ତା କାମରେ ପାଣି ଅଭାବରୁ ସାଧାରଣ ଜନତାଙ୍କ ଆଖି, ନାକରେ ବିଭିନ୍ନ ପ୍ରକାର ଧୂଳିଗୁଣ୍ତ ପଡୁଥିବା ଅଭିଯୋଗ ହେଉଛି | ଦୁର୍ଭାଗ୍ଯର କଥା ହେଉଛି ଯେ ଏ ବିଷୟରେ ବାରମ୍ବାର ବରଗଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ପଦ୍ମପୁର ବିଭାଗୀୟ ସବ ଡିଭିଜନ ଅଫିସରଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଉଭୟ କାର୍ଯ୍ଯାଳୟର ନିଦ ଏ ଯାଏଁ ଭାଙ୍ଗି ପାରୁ ନାହିଁ |

ସେମାନେ ଯାହା କହନ୍ତି ପାଇକମାଳ ବାସୀ :

ସରୋଜ ସାମଲ, ପାଇକମାଳ

ନବୀନ ସରକାରଙ୍କ ବିଜୁ ଏକ୍ସପ୍ରେସ ୱେ, ପଦ୍ମପୁର ବାସୀଙ୍କ ପାଇଁ ମରଣଯନ୍ତା ସାଜିଛି ରାସ୍ତା । ସମୟ ଅବଧିରେ କାର୍ଯ୍ୟ ଶେଷ ନ ହେବାରୁ ରାସ୍ତାର ଅବସ୍ଥା ଶୋଚନୀୟ, ସାଧାରଣ ଯାତ୍ରୀ ଏବଂ ରାସ୍ତା କଡରେ ଗାଁ ସହରରେ ବାସକରୁ ଥିବା ଜନସାଧାରଣଙ୍କର ଅସୁବିଧା ସମ୍ମୁଖୀନ ହେଉଛନ୍ତି । ରାସ୍ତା ନିର୍ମାଣ ନେଇ ଗାଇଡ୍ ଲାଇନ୍ ଠିକାଦାର ମାନୁ ନାହାଁନ୍ତି । ରାସ୍ତା ନିର୍ମାଣରେ ଦୁର୍ନୀତି ବଢିବା ସହିତ ସାଧାରଣ ଲୋକଙ୍କ ପାଇଁ ଯାତାୟତ ଓ ଅନେକ ସ୍ବାସ୍ଥ୍ୟ ଜନୀତ ଅସୁବିଧାକୁ ଜନ୍ମ ଦେଇଛି । ଏହାର ତୁରନ୍ତ ପ୍ରତିକାର ପାଇଁ ଦାବି ହେଉଛି । ମୁଖ୍ୟତଃ ପାଇକମାଳ ରୁ ମାଣ୍ଡୋସିଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣରେ ଯେଉଁ ଅବହେଳା ହେଉଛି ଏଥିରେ ସରକାର ଏବଂ ପ୍ରଶାସନିକ ଦାଇତ୍ବ ବୋଧ ଉପରେ ସାଧାରଣରେ ଆଲୋଚନା ହେଉଛି।

ଉମାକାନ୍ତ ଶତପଥୀ, ରସମୁଣ୍ତା, ପାଇକମାଳ

ମୋତେ ଯାହା ଲାଗୁଛି କର୍ମରତ ଥିବା ଠିକା ସଂସ୍ଥା ଏବଂ ପୂର୍ଭ ବିଭାଗ ମଧୁଚନ୍ଦ୍ରିକା ଯୋଗୁଁ କାମଟି ସୂଚାରୁରୂପେ ତରାନିତ୍ବ ହୋଇ ପାରୁ ନାହିଁ । ଯଦି ସ୍ଥାନୀୟ ବିଶିଷ୍ଟ ଲୋକ ପ୍ରତିନିଧିମାନେ ସ୍ବର ଉତ୍ତୋଳନ କରନ୍ତି ତେବେ ସାଧାରଣ ଜନତା ଯାତାୟତରେ ଅସୁବିଧା ସମ୍ମୁଖୀନ ନ ହୋଇପାରନ୍ତି।

ପ୍ରସାଦ ମହାଦେବ, ସମାଜ ସେବୀ, ଗୁରୁଣ୍ତା,ମିଠାପାଲି

ବର୍ତ୍ତମାନ ବିଜୁ ଏକ୍ସପ୍ରେସ ୱେ ରାସ୍ତା ନିର୍ମାଣ ହେଉ ହେଲେ ପାଇକମାଳ ରୁ ମାଣ୍ଡୋସିଲ ପର୍ଯ୍ୟନ୍ତ ରାସ୍ତା ସାରା ଖାଳଢିପ ହୋଇ ଥିବାରୁ ଯିବା ଆସିବା ପ୍ରତି ବନ୍ଧକ ସୃଷ୍ଟି କରିଛି। ଆମ ଗାଁରୁ ଛାତ୍ର ଛାତ୍ରୀ ମାନେ ଏହି ରାସ୍ତା ଦେଇ ପାଇକମାଳ ସହରକୁ ପାଠପଢା ବାକୁ ଯାଉଛନ୍ତି। ଯାହା ଫଳେ ରାସ୍ତା ରେ ପାଣି ନ ଦେବାରୁ ରାସ୍ତା ସାରା ଧ୍ବଳି ଗୁଣ୍ତ ପରି ପୂର୍ଣ୍ଣ ହେଉଥିବା ଜୀବନ ଯାତ୍ରାରେ ବାଧା ଘଟୁଛି। ଏହି ରାସ୍ତା ଦେଇ ପଶ୍ଚିମ ଓଡିଶାର ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରତ୍ୟେକ ଦିନ ଶହ ଶହ ଯାତ୍ରୀ ଆସୁଛନ୍ତି । ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଦାବୀ ହେଉଛି ।

Comments are closed.