Friday, March 29, 2024

Top 5 This Week

Related Posts

ସୁବର୍ଣ୍ଣପୁର ଜିଲ୍ଲାରେ ଯାନିଯାତ୍ରା ଓ ଅପେରା ନାଁରେ ଚାଲିଅଛି ଘୁଡୁଘୁଡୁପଟି ଜୁଆ ଖେଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୯/୧୨) : ସୁବର୍ଣ୍ଣପୁର ଜିଲ୍ଲାରେ ଯାନିଯାତ୍ରା ଓ ଅପେରା ନାଁରେ ଚାଲିଅଛି ଘୁଡୁଘୁଡୁପଟି ଜୁଆ ଖେଳ । ବିଭିନ୍ନ ଗ୍ରାମରେ ଶତକଡା ପ୍ରାୟ ୮୫ ପ୍ରତିଶତ ଚାଷୀ ରହିଛନ୍ତି । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ବିଭିନ୍ନ ଯାନିଯାତ୍ରା ଅପେରା ବନ୍ଦ ରହିଥିଲା ।WhatsApp Image 2022 12 29 at 11.24.48 1 ସୁବର୍ଣ୍ଣପୁର ଜିଲ୍ଲାରେ ଯାନିଯାତ୍ରା ଓ ଅପେରା ନାଁରେ ଚାଲିଅଛି ଘୁଡୁଘୁଡୁପଟି ଜୁଆ ଖେଳ

କିନ୍ତୁ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ଯାନିଯାତ୍ରା ନାଁ ରେ ଅପେରା, ଘୁଡୁଘୁଡୁପଟି ଜୁଆଖେଳ ଜୋରସୋର ରେ ଚାଲିଛି । କୋଭିଡ କଟକଣା ଯୋଗୁଁ ବ୍ୟବସାୟିକ ମହଲ ରେ ଲୋକଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା । ଚାଷ ଜମିରେ ରୋଗପୋକ ପ୍ରାଦୁର୍ଭାବ ଯୋଗୁଁ ଚାଷୀ ମଧ୍ୟ କ୍ଷତି ର ସମ୍ମୁଖୀନ ହୋଇଥିଲା । ଏହି ସମୟରେ ଯାନିଯାତ୍ରା ନାଁ ରେ ଘୁଡୁଘୁଡୁପଟି ଜୁଆଖେଳ ଚାଷୀ ର ଆର୍ଥିକ ମେରୁ ଦଣ୍ଡ କୁ ଦୋହଲାଇ ଦେବା ସହ ଚାଷୀ ର ସବୁ ହିସାବ କୁ ଓଲଟ ପାଲଟ କରିଦେଉଛି । ଫଳରେ ଏପରି ଦୁର୍ଦ୍ଧିନ ସମୟରେ ଅପେରା ଦଳମାନଙ୍କ ସହ ବିଭିନ୍ନ ସଂଗଠନ ଓ ଘୁଡୁଘୁଡୁପଟି ଜୁଆ ଖେଳ କରୁଥିବା ଲୋକେ ମାନେ ଭିତିରିଆ ସମ୍ପର୍କ ରଖି ସେମାନଙ୍କୁ ଏ ଅଞ୍ଚଳକୁ ଆଣିବା ନେଇ ପ୍ରୟାସ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ଏଭଳି ପ୍ରାକୃତିକ ବିପର୍ଯ୍ୟସ୍ତ ସମୟରେ ବିଭିନ୍ନ ଗ୍ରାମରେ ନାଟକ (ଯାତ୍ରା) କରିବାକୁ ଅନେକ ଅପେରା ଦଳ ଆଖି ପକାଉଛନ୍ତି । ଏପରିକି କେତେକ ସ୍ଵେଚ୍ଛାସେବୀ ସଙ୍ଗଠନ ମାନେ ଏବେ ଆଗ ଧାଡିରେ ରହି ଜିଲ୍ଲା ବାହାର ର ଅପେରା ଦଳ ମାନଙ୍କୁ ଏଠାକୁ ଆଣି ପୁନର୍ବାର ଲୋକଙ୍କୁ ଭିକାରୀ କରିବାର ଉଦ୍ୟମ କରୁଥିବା ଲକ୍ଷ୍ୟ କରାଯାଉଛି ।ଏପରିକି ଯାନୀ ଯାତ୍ରା ଅପେରା ନାଁ ରେ ଘୁଡୁଘୁଡୁପଟି ଜୁଆ ଖେଳ ମଧ୍ୟ ସେହି ସଙ୍ଗଠନ ମାନଙ୍କ ସହ ଯୋଗାଯୋଗରେ କରୁଥିବା କୁହାଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ସୁବର୍ଣ୍ଣପୁର ଜିଲ୍ଲାରେ ପଡିଥିବା ବିପତ୍ତି ସମୟରେ ଯେଉଁ ବ୍ୟକ୍ତି ମାନେ ନିଜ ନିଜ ଘରେ ଶୋଇଥିଲେ ସେମାନେ ବି ଲାଗିପଡିଲେଣି କିପରି ସେମାନଙ୍କ ଅଞ୍ଚଳକୁ ଭଲ ଅପେରା ଦଳ ଟିଏ ଆସିବ ଏବଂ ଦି ପଇସା ରୋଜଗାର ହୋଇପାରିବ ।ସୁବର୍ଣ୍ଣପୁର ଜିଲ୍ଲାରେ ଯାନିଯାତ୍ରା

ଏଭଳି ପରିସ୍ଥିତି ସମୟରେ ଦୁନିଆକୁ ଯୋଗାଉଥିବା ଆହାର ଚାଷୀପ୍ରତି ସହାନୁଭୂତି ଦେଖାଇବା ବଦଳରେ ହଜାର ହଜାର ଟଙ୍କା ଖର୍ଚ୍ଚ ରେ ଅପେରା ଦଳ ଆଣିବା କେତେଦୂର ଯୁକ୍ତି ଯୁକ୍ତ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବିଭିନ୍ନ ଯାନିଯାତ୍ରା ନାଁ ରେ ଅପେରା, ଘୁଡୁଘୁଡୁପଟି (ଜୁଆଖେଳ) ହେଲେ କେତେକ ନିର୍ଦ୍ଦିଷ୍ଟ ଲୋକ ଉପକୃତ ହେଉଥିବା ବେଳେ ଅନେକ ସାଧାରଣ ଲୋକ ଶୋଷଣର ଶିକାର ହେବେ ଏଥିରେ ସନ୍ଧେହ ନାହିଁ ।

ଏପରି ବିପତ୍ତି ସମୟରେ ଏଭଳି କାର୍ଯ୍ୟକ୍ରମ କୁ ଏ ଅଞ୍ଚଳ ର ସଚେତନ ନାଗରିକ ଗଣ ବିରୋଧ କରୁଥିଲେ ମଧ୍ୟ ପ୍ରଶାସନ କିପରି ସେମାନଙ୍କୁ ଅନୁମତି ଦେଉଛି ତାହା ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହି ଜୁଆ ଖେଳ ରେ ପୁଲିସ ପ୍ରଶାସନ ର ଭୂମିକା ସନ୍ଦେହ ଘେରରେ ରହିଥିବା ବେଳେ ଏଥିରେ ବ୍ୟାପକ ଭାବରେ କମିଶନ (ଅର୍ଥ) କାରବାର ହେଉଥିବା ଜନସାଧାରଣରେ ଆଲୋଚନା ହେଉଛି । ତେଣୁ ଏଥିପ୍ରତି ସୁବର୍ଣ୍ଣପୁର ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Popular Articles