ସରାବରା ଜୋର ନାଳରେ ଭାସି ମୃତ୍ୟୁବରଣ କରିଥିବା ଜିତୁ ରଣାଙ୍କ ପରିବାରକୁ ୪ଲକ୍ଷ ଟଙ୍କା ସହାୟତା

ରିପୋର୍ଟ: ହିରୋଜ କୁମାର ସାହୁ //
କର୍ଲାମୁଣ୍ଡା(୬/୧୨): ଗତ ଅଗଷ୍ଟ ମାସ ୧୨ତାରିଖରେ ପ୍ରବଳ ବର୍ଷାରେ ସରାବରା ନାଲରେ ଅତ୍ୟଧିକ ପାଣିରେ ଭାସିଯାଇ ମୃତ୍ୟୁବରଣ କରିଥିବା କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ସିଆଲପଡା ଲକ୍ଷ୍ମିଧର ରଣାଙ୍କ ପୁଅ ଜିତୁ ରଣା (୨୨)ନାମକ ମୃତ ଯୁବକ ପରିବାରଙ୍କୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉକି ଯେ, ଜିତୁ ରଣା ସାଙ୍ଗ ମାନଙ୍କ ସହିତ ଗାଇ ଚରାଇ ଯାଇଥିଲେ । ସରାବରା ଯୋର ଅତିକ୍ରମ କରି ଗାଈ ଚରାଇ ଫେରୁଥିବା ବେଳେ ସରାବରା ଯୋରରେ ପ୍ରଖରସ୍ରୋତରେ ଭାସିଯାଇ ନିଖୋଜ ଥିଲେ । ପ୍ରାୟ ୩ ଦିନ ପରେ ତାଙ୍କ ମୃତ ଶରୀର ରେଙ୍ଗାଲି (ଟାଙ୍ଗୁରପଡା)ସରାବରା ନାଲ ଠାରେ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ତହସିଲଦାର ସର୍ବେଶ୍ବର ଜାଲ,ରାଜପୁର ପଞ୍ଚାୟତ ସରପଞ୍ଚ ମହେନ୍ଦ୍ର ରଣା,ରାଜସ୍ବ ନିରିକ୍ଷିକା ନିହାରିକା ଦୋରା ମୃତକଙ୍କ ଘରକୁ ଯାଇ ତାଙ୍କ ବାପା ଲକ୍ଷ୍ମିଧର ରଣାଙ୍କୁ ୪ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିଲେ ।

Comments are closed.