ବଡ଼ ଭାଇ ଟାଙ୍ଗିଆ ଚୋଟରେ ସାନ ଭାଇ ର ମୃତ୍ୟୁ

0
396
ବଡ଼

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୮/୧୨) : ନିୟମଗିରି ପାହାଡ଼ରେ ଡଙ୍ଗର ପୂଜାକୁ ନେଇ ଦୁଇ ଭାଇ ମଧ୍ୟରେ ବିବାଦକୁ ନେଇ ବଡ଼ ଭାଇ ହତ୍ୟା କଲା ସାନ ଭାଇକୁ ଏହିପରି ଘଟଣା ଦେଖିବାକୁ ମିଳିଛି ।WhatsApp Image 2022 12 28 at 20.26.04 ବଡ଼ ଭାଇ ଟାଙ୍ଗିଆ ଚୋଟରେ ସାନ ଭାଇ ର ମୃତ୍ୟୁ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ପାର୍ଶାଲି ପଞ୍ଚାୟତ ଲାମ୍ବା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ବଡ଼ ଭାଇ ଡମ୍ବୁ ପୁସିକା ସାନ ଭାଇ ମିନ୍ଦ୍ରୀ ପୁସିକା (୨୧) କୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହାଣି ହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ନିୟମଗିରି ପାହାଡ ଉପରେ ଲମ୍ବା ଗ୍ରାମର ଲୋକମାନେ ପୂଜା ଅର୍ଚ୍ଚନା କରିବା ପାଇଁ ଯାଇଥିଲେ । ସେଠାରେ ଦୁଇ ଭାଇ ମଧ୍ୟରେ କିଛି ସମୟ ପାଟି ତୁଣ୍ଡ ହୋଇଥିଲା । ସନ୍ଧ୍ୟାରେ ବଡ଼ଭାଇ ଡମ୍ବୁ ସାନ ଭାଇକୁ ହତ୍ୟା କରିବି କହି ଧମକ ଦେଇଥିଲା ।

ସନ୍ଧ୍ୟା ପ୍ରାୟ ଛଅ ଘଣ୍ଟା ସମୟରେ ଘରକୁ ଫେରିବା ପରେ ଏକ ଟାଙ୍ଗିଆରେ ମିନ୍ଦ୍ରୀକୁ ହାଣି ହତ୍ୟା କାଇଥିଲା ।ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମରେ ଟାଙ୍ଗିଆ ଧରି ଲୋକଙ୍କୁ ହାଣିବି କହି ଭୟଭୀତ କରାଇଥିଲା। କେହିବି କିଛି ନକହି ତାଟି କବାଟ ଦେଇ ଘରେ ରହିଥିଲେ । ପରେ କିଛି ଲୋକ ଥାନାରେ ଜଣାଇଥିଲେ । ମା ତେଲାଡି ପୁସିକା ସନ୍ଧ୍ୟା ପାଞ୍ଚଟା ସମୟରେ ଲିଖିତ ଭାବେ ଏତଲା ଦେଇଥିବା ଜଣା ପଡ଼ିଛି ।

କିନ୍ତୁ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସନ୍ଧ୍ୟାରେ ଘଟଣା ସ୍ଥଳକୁ ପୋଲିସ ଯିବାପାଇଁ ମନା କରିଥିବା ଗ୍ରାମବାସୀ କହିଛନ୍ତି । ସେହିପରି ଲମ୍ବା ଗ୍ରାମରେ ଶବ ପଡିଥିବାରୁ ଲୋକଙ୍କ ଖାଇବା ପିଇବା ପାଣି ପିଇ ପାରିନାହାଁନ୍ତି । ଏ ସମ୍ପର୍କରେ ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକଙ୍କୁ ପଚାରିବାରୁ ଆମେ ଘଟଣା ସମ୍ପର୍କରେ ତଦନ୍ତ କରୁଛୁ ବୋଲି କହିଛନ୍ତି ।