ନିଶା ନିବାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି

ରିପୋର୍ଟ: ଡିଳେଶ୍ୱର ବାଗ //
ପଦ୍ମପୁର(୦୬/୧୨): ବର୍ତ୍ତମାନ ଓଡ଼ିଶାରେ ଯୁବପିଢି ନିଶାର ଗୁଲାମ୍ ସାଜିଥିବା ସହିତ ନିଶା କାରବାରରେ ଜଡିତ ରହୁଛନ୍ତି । ଯାହା କି ସମାଜର ଉନ୍ନତିରେ ପ୍ରଧାନ ପ୍ରତିବନ୍ଧକ ସ୍ରୁଷ୍ଟି କରୁଛି ।

ଏହିଭଳି ଏକ ଗମ୍ଭୀର ପରିସ୍ଥିତିରେ ଛାତ୍ର ଯୁବ ସଙ୍ଘର୍ଷ ସମିତିର ବରଗଡ଼ ଜିଲ୍ଲା ସଭାପତି ଶ୍ରୀ ପୌଲସ୍ତ୍ୟ ସାହା ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ସରକାରୀ ମଦ ଦୋକାନ ବନ୍ଦ କରିବାକୁ ନିବେଦନ କରିବା ସହିତ ଓଡ଼ିଶା ରେ ବିଜୁ ଯୁବ ବାହିନୀ ଗଠନ କରି ନିଶା ମୁକ୍ତି ଅଭିଜାନ ଆରମ୍ଭ କରିଥିବାରୁ ମୁଖ୍ଯ ମନ୍ତ୍ରୀ ଙ୍କୁ ବ୍ଯଙ୍ଗାତ୍ମକ ଛଳରେ ପ୍ରଶଂସା କରିଛନ୍ତି। ପୁଣି ଉକ୍ତ ଚିଠିରେ ସରକାର ମଦ ବିକ୍ରିକୁ ପ୍ରୋତ୍ସାହନ ଦେଉଛି ବୋଲି ଶ୍ରୀ ସାହା କହିଛନ୍ତି । ସରକାର ଚାହିଁଲେ ଗୋଟିଏ ଦିନରେ ସମଗ୍ର ଓଡ଼ିଶାରେ ମଦ ବିକ୍ରୀ ବନ୍ଦ କରି ପାରିବ । ତେଣୁ ସମଗ୍ର ମଦ ଦୋକାନ ବନ୍ଦ କରିବାକୁ ଶ୍ରୀ ସାହା ଚିଠି ଜରିଆରେ ମୁଖ୍ଯମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Comments are closed.