+୨କଲେଜ ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା(୦୪/୧୨): ବୈପାରୀଗୁଡା +୨କଲେଜ ପରିସରରେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |

+୨କଲେଜ ୟୁଥ ରେଡକ୍ରସ ପରାମର୍ଶଦାତା ଡାକ୍ତର ସଦାନନ୍ଦ ଅଡlରିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରିନ୍ସପାଲ କୁମୁଦ ରଞ୍ଜନ ମହାରଣା ଓ ଡାକ୍ତର ରତିକାନ୍ତ ଖଟୁଆ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି ଶିବିରରେ ସ୍ବେଛାକୃତ ଭାବେ ୩୩ରୁ ଉର୍ଦ୍ଧ ରକ୍ତଦାତା ରକ୍ତଦାନ କରିଥିଲେ | ଏହି ଅଵସରରେ କୋରାପୁଟ ଜିଲ୍ଲାର ଉତ୍ତମ ରକ୍ତପ୍ରବର୍ତ୍ତକ ଭାବେ ଜି ସଂଜୀବ କୁମାର ଓ ଡାକ୍ତର ରତିକାନ୍ତ ଖଟୁଆଙ୍କୁ ଅନୁଷ୍ଠାନ ପକ୍ଷରୁ ସଂମ୍ମନିତ କରଯାଇଥିଲା | କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ଥିବାବେଳେ ଫ୍ରେଣ୍ଡ୍ସ ୟୁନିଟ କ୍ଲବ, ବିଜୁଯୁବ ବାହିନୀ, ନେହେରୁ ଯୁବକେନ୍ଦ୍ର ସ୍ୱେଚ୍ଛାସେବୀ ଭୀମସେନହରିଜନ, ମନ୍ଦାକିନୀ ପାଇକ ସହଯୋଗ କରୁଥିବା ବେଳେ କଲେଜର ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମର ସ୍ୱଚ୍ଛାସେବୀ ଉପସ୍ଥିତ ଥିଲେ |

Comments are closed.