Friday, March 29, 2024

Top 5 This Week

Related Posts

ଚର୍ଚ୍ଚ ରୁ ନେଇ ଗଲେ ଦାନବାକ୍ସ, ବେବୀ ଯୀଶୁଙ୍କ ପ୍ରତିମୂର୍ତ୍ତିକୁ ବି ଭାଙ୍ଗିଲେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମହୀଶୂର, (୨୮/୧୨) : କର୍ଣ୍ଣାଟକ ର ମହୀଶୂରରେ ଥିବା ଗୋଟିଏ ଚର୍ଚ୍ଚରେ ପଶି ଗୁଣ୍ଡାଗର୍ଦ୍ଦି କରିଛନ୍ତି କିଛି ଦୁର୍ବୃତ୍ତ । ଡିସେମ୍ବର ୨୫ ଖ୍ରୀଷ୍ଟ ମାସର ଦୁଇ ଦିନ ପରେ ଦୁର୍ବୃତ୍ତମାନେ ଚର୍ଚ୍ଚ ରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।

ସେମାନଙ୍କ କଳବରୁ ଚର୍ଚ୍ଚ ରେ ଥିବା ବେବୀ ଯୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ମଧ୍ୟ ରକ୍ଷା ପାଇନି । ଏହି ପ୍ରତିମୂର୍ତ୍ତିକୁ ସେମାନେ ଭାଙ୍ଗି ଦେଇଛନ୍ତି । ମହୀଶୂରର ପେରିୟାପାଟନାରେ ଥିବା ସେଣ୍ଟ ମେରୀ ଚର୍ଚ୍ଚରେ ଏପରି ଘଟଣା ଘଟିଛି । ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ପୁଲିସ୍‌ ଏକାଧିକ ଟିମ ଗଠନ କରି ଦୁର୍ବୃତ୍ତ ମାନଙ୍କୁ ଧରିବାକୁ ଚେଷ୍ଟା କରୁଛି । ସେମାନଙ୍କୁ ଚିହ୍ନଟ ପାଇଁ ଚର୍ଚ୍ଚ ପରିସରରେ ଲାଗିଥିବା ସିସିଟିଭିର ମଧ୍ୟ ଯାଞ୍ଚ ହେଉଛି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ବେଳେ ଚର୍ଚ୍ଚରେ ଭଙ୍ଗାରୁଜା ହୋଇଥିବା ପ୍ରଥମେ ଜଣେ କର୍ମଚାରୀ ଦେଖିଥିଲେ ।

ସେ ତୁରନ୍ତ ଜଣେ ପାଦ୍ରୀଙ୍କୁ ଖବର ଦେଇଥିଲେ । ଏହାପରେ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ୍‌ କହିଛି ଯେ ଦୁର୍ବୃତ୍ତମାନେ ପଛ ପଟ ଦ୍ୱାର ଭାଙ୍ଗି ଚର୍ଚ୍ଚ ଭିତରେ ପଶିଥିଲେ । ସେମାନଙ୍କୁ ଖୁବଶୀଘ୍ର ଚିହ୍ନଟ କରାଯିବ । ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଚୋରି ପାଇଁ ଏପରି ଘଟଣା ଘଟିଛି । କାରଣ ଚର୍ଚ୍ଚଭିତରେ ଥିବା ଦାନ ବାକ୍ସରୁ ସମସ୍ତ ଟଙ୍କା ଗାଏବ ହୋଇଯାଇଛି । ତଥାପି ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଥିବା ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି ।

Popular Articles