ମାଓ ପୋଷ୍ଟର ବ୍ୟାନର ଲଗାଇ ମାଓବାଦୀଙ୍କ ପି.ଏଲ.ଜି.ଏ ସପ୍ତାହ ପାଳିତ

ରିପୋର୍ଟ: ରାଜକମଲ ପୁରୋହିତ //
ଚିତ୍ରକୋଣ୍ଡା (୦୪/୧୨): ମାଓବାଦୀଙ୍କ ପି.ଏଲ.ଜି.ଏ ସପ୍ତାହର ତୃତୀୟ ଦିନରେ ମାଲକାନଗିରି ବିଛିନ୍ନାଂଚଳରେ ଲାଗିଲା ମାଓ ପୋଷ୍ଟର । ତେଲେଗୁ ଓ ଓଡ଼ିଆ ଭାଷାରେ ଲାଗିଛି ମାଓ ବ୍ୟାନର ।

ସୂଚନା ମୁତାବକ ମାଲକାନଗିରି ଜିଲ୍ଲାର ଲାଲଗଡ଼ ଭାବେ ବେଶ ପରିଚିତ ଚିତ୍ରକୋଣ୍ଡା ବ୍ଲକ ବିଛିନ୍ନାଂଚଳର ପନସପୁଟ ଗ୍ରାମ ହାଟପଦା ଠାରେ ମାଓବାଦୀ ସଙ୍ଘଠନ ପକ୍ଷରୁ ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇ ପିଏଲଯିଏ ସପ୍ତାହ ପାଳନ କରିବା ପାଇଁ କୁହାଯିବା ସହ ଯୁବକ ଓ ଯୁବତୀଙ୍କୁ ମାଓ ସଂଗଠନରେ ସାମିଲ ହେବା ପାଇଁ ଉଲ୍ଲେଖ ରହିଛି । ମାଓ ବ୍ୟାନର ଲାଗିବା ପରେ ମାଲକାନଗିରି ପୋଲିସ ପକ୍ଷରୁ ଅପରେସନ ଜୋରଦାର କରାଯାଇଥିବା ଜଣାପଡିଛି ।

Comments are closed.