ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ-କଅଁଗା ବିଜୟୀ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୦୪/୧୨): ଲୋଇସିଂହା ବ୍ଲକ କୁଶମେଲ ସ୍ଥିତ ଜୟଦୁର୍ଗା ଫୁଟବଲ ଆସୋସିଏସନ ତରଫରୁ ଏକ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଭିନ୍ନ ଗ୍ରାମଞ୍ଚଳରୁ ମୋଟ ୮ ଟି ଦଳ ଅଂଶଗ୍ରହଣ କରିଥିଲେ । କଅଗାଁ ଓ ପାଟଣାଗଡ଼ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ କଅଗାଁ ଦଳ ପାଟଣାଗଡ଼ କୁ ହରାଇ ବିଜୟୀ ହୋଇଥିଲା । ଉଦଯାପନି ତଥା ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ଯୁବ ସମ୍ପାଦକ ନିହାର ରଞ୍ଜନ ବେହେରା ଏବଂ ସମ୍ମାନିତ ଅତିଥି ଭାବେ କୁଶମେଲ ପିଇଓ ଭିକାରୀ କର୍ମୀ ଯୋଗଦେଇ ଉଭୟ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ଆୟୋଜକ ଅନୁଷ୍ଠାନ ସଭାପତି ଯଯାତି ସିଂ ଓ ସମ୍ପାଦକ ନିବାସ ଭୁଏ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଟଂକଧର ଗଡତ୍ୟା, ମନୋରଞ୍ଜନ ସିଂନିନା, ଶରତ ସିଂ, ମୁକେଶ ପଧାନ, ନବଘନ ସିଂ, ସନ୍ୟାସୀ ତ୍ରିପାଠୀ, ସୁଜ୍ଞାନ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

Comments are closed.