Friday, March 29, 2024

Top 5 This Week

Related Posts

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ : ୪ଟି ସ୍ଥାନରେ ଚଢ଼ାଉ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭବାନୀପାଟଣା, (୨୮/୧୨) : ଭିଜିଲାନ୍ସ ଜାଲରେ ଭବାନୀପାଟଣା ପୌର ସହକାରୀ ନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର ଠାକୁରଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି ।

ସହକାରୀ ନିର୍ବାହୀଯନ୍ତ୍ରୀ ସମୀରଙ୍କ ଭବାନୀପାଟଣାସ୍ଥିତ ମହାବୀରପଡ଼ାରେ ଥିବା ତିନି ମହଲା ଘର, ଇରିଗେସନ କଲୋନୀରେ ଥିବା ଘର, ମାରୱାଡି ପଡାରେ ଥିବା ଭଡ଼ା ଘର ଓ ଭବାନୀପାଟଣା ସ୍ଥିତ ଅଫିସରେ ଏକ ସଙ୍ଗେ ଚଢାଉ କରାଯାଇଛି । ଜୟପୁର ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସହ ଭିଜିଲାନ୍ସର ଆଉ କିଛି ଅଧିକାରୀ ଏହି ଚଢାଉରେ ସାମିଲ ହୋଇଛନ୍ତି । ସମୀର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ଅଧିକାରୀ ଘଟଣାର ତଦନ୍ତ କରି ଆଜି ସକାଳେ ସମୀରଙ୍କ ଘରେ ଚଢ଼ାଉ କରିଛନ୍ତି । ଭବାନୀପାଟଣା ମ୍ୟୁନିସିପାଲଟିରେ ସମୀର ୩୦ ବର୍ଷ ହେବ କାମ କରି ଆସୁଛନ୍ତି ।

Popular Articles