ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା, ଏମଭି ୮୦ରେ କ୍ୟାଣ୍ଡେଲ ମାର୍ଚ୍ଚ

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ //
କାଲିମେଳା(୦୩/୧୨): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୮୦ଠାରେ ହାଇଦ୍ରାବାଦରେ ପ୍ରିୟାଙ୍କ ରେଡ଼ିଙ୍କ ସହ ହୋଇଥିବା ଘଟଣାକୁ ନେଇ ଆଜି ସନ୍ଧ୍ୟାରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବିଭିନ୍ନ ଯୁବକ ସଂଘ ମାନେ ଘଟଣାକୁ ବିରୋଧ କରି ଏମଭି ୮୦ ରାସ୍ତାରେ କ୍ୟାଣ୍ଡେଲ ମାର୍ଚ୍ଚ କରିବା ସହ ଫ୍ଲାକେଟ ଧରି ବିରୋଧ ପ୍ରଦର୍ଶନ କରିଥିଲେ ।

ସହାୟତା ନାଁରେ କିଛି ଅପରାଧୀ ଜଣେ ୨୬ବର୍ଷର ଭେଟେରିନାରୀ ଡାକ୍ତର ଯୁବତୀଙ୍କ ସହ ଏଭଳି କିଛି କାଣ୍ଡ ଘଟାଇଛନ୍ତି ଯାହାକୁ ନେଇ ସାରା ଦେଶ କ୍ରୋଧରେ ଥରି ଉଠିଛି । ଏହାକୁ ନେଇ ଏବେ ଜିଲ୍ଲା ଓ ଗ୍ରାମାଞ୍ଚଳରେ ମଧ୍ୟ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି ।

Comments are closed.