ଚୈକା ରେ ନାଗବାଚା ପୂଜା ପାଳିତ

0
149
ଚୈକା

ରିପୋର୍ଟ : ପ୍ରେମାନନ୍ଦ ନାୟକ
ବୀରମହାରାଜପୁର, (୨୮/୧୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ ଅନ୍ତର୍ଗତ ଚୈକା ଗାଁ ଉଚକିମହୁଲ ଠାରେ ନାଗବାଚା କମିଟି ପକ୍ଷରୁ ନାଗବାଚା ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଚୈକା ରେ ନାଗବାଚା ପୂଜା ଦୁଇଦିନ ଧରି ଚାଲିଥିବା ବେଳେ ଏହି ଯାତ୍ରା ପ୍ରାଣୀ ର ମଙ୍ଗଳ ପାଇଁ କରାଯାଇଥିବା ବରିଷ୍ଠ ବ୍ୟକ୍ତି ପ୍ରକାଶ କରିଛନ୍ତି । ସାପ, କୁକୁର, ବିଛା ଆଦି ଅନ୍ୟ ବିଷାକ୍ତ ଜୀବଜନ୍ତୁ କାମୁଡା ରୁ ରକ୍ଷା କରିବା ପାଇଁ ଏହି ପୂଜା କରାଯାଏ । ଏହି ନାଗବାଚା ଯାତ୍ରା ଆବାହନ କାଳରୁ ହୋଇଆସୁଥିବା ବେଳେ ଏହି ପୀଠ ରେ ଆଜି ଘଣ୍ଟ, ଢୋଲରେ କମ୍ପି ଉଠିଥିଲା । ଉକ୍ତ ପୂଜା ରେ ଗାଁ’ର ତଥା ଆଖପାଖ ଅଞ୍ଚଳରେ ଲୋକେ ଉପବାସ ସହ ପୂଜାର୍ଚ୍ଚନା କରି ତାଙ୍କର ମନସ୍କାମନା ପୂର୍ଣ୍ଣ ପାଇଁ ଦେବୀଙ୍କ ଠାରେ ଗୁହାରି କରିଥାନ୍ତି ।

ଏହି ପୂଜା ପ୍ରାୟ ୧୮ ବର୍ଷ ଧରି ଚାଲି ଆସୁଥିବାବେଳେ ଏଠାକୁ ଶହ ଶହ ଶ୍ରଦ୍ଧାଳୁ ତାଙ୍କର ମନସ୍କାମନା ପୂରଣ ପାଇଁ ଧାଇଁ ଆସିଥାନ୍ତି । ଏହି ପୂଜାରେ ମୁଖ୍ୟ ପୂଜକ ଭାବରେ ସୂର୍ଯ୍ୟ ମିର୍ଦ୍ଧା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜାର କର୍ମକର୍ତ୍ତା ତଥା ସେବାକାରୀ ନେପାଳ ସେଠୀ, ଗୋବିନ୍ଦ ଦେହେରୀ, ଧ୍ରୁବଚରଣ ଭୁକ୍ତା, କୈଶିକ ପଧାନ,ଗୌର ବିଶ୍ଵାଳ, ଭାଗବତ ମହାକୁର ପ୍ରମୁଖ ସହଯୋଗ କରିଥିଲେ ।