Friday, March 29, 2024

Top 5 This Week

Related Posts

ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁ’ରେ ଆଦିବାସୀଙ୍କ ଶୁଲିଆ ଯାତ୍ରା ପାଳିତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୨୭/୧୨) : ବଲାଙ୍ଗୀର ଜିଲ୍ଲାର ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ତିନି ଦିନ ଧରି ପାଳିତ ହୋଇ ଯାଇଛି । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁ’ରେ ଆଦିବାସୀଙ୍କ ଶୁଲିଆ ଯାତ୍ରା ପାଳିତ ହୋଇଛି ।

ଦେଓଗାଁ ବ୍ଲକର ଖଇରଗୁରା ଓ କୁମୁରିଆ ଗାଁ’ରେ ଆଦିବାସୀଙ୍କ ଶୁଲିଆ ଯାତ୍ରା ପାଳିତ ହୋଇଛି । ଚଳିତ ବର୍ଷ କୋଭିଡ କଟକଣା ନ ଥିବା ଯୋଗୁଁ ବହୁ ସଂଖ୍ୟା ରେ ରାଜ୍ୟ ତଥା ରାଜ୍ୟ ବାହାରୁ ଏହି ପାରମ୍ପରିକ ଯାତ୍ରାରେ ଯୋଗ ଦେଇଥିଲେ । ପୂର୍ବ ବର୍ଷ ପରି ବଡ଼ଖଳା ଓ ସାନ ଖଳାରେ ହଜାର, ହଜାର ସଂଖ୍ୟାରେ ନିରୀହ ପଶୁ ପକ୍ଷୀ ଙ୍କୁ ବଳି ନାମରେ ହତ୍ୟା କରିବା ନେଇ ଜିଲ୍ଲା ଜିବେଦୟା ଅନୁଷ୍ଠାନ ତରଫରୁ ଦୃଢ଼ ନିନ୍ଦା କରାଯାଇଛି । ପ୍ରଶାସନିକ ପଦାଧିକାରୀ ଙ୍କ ଉପସ୍ଥିତି ରେ ରକ୍ତରଞ୍ଜିତ ହୋଇଥିବା ଏହି ବଡ଼ଖଳା ଓ ସାନ ଖଳା ରେ କୌଣସି ଆଇନ ଅନୁଯାୟୀ କିଛି ପଦକ୍ଷେପ ନ ନେବା କେତେ ଯୁକ୍ତି, ଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ‘ଜିବେଦୟା’ ଅନୁଷ୍ଠାନ ସଭାପତି ଶ୍ରୀକାନ୍ତ ସାହୁ ।

ଆଗରୁ ପ୍ରଶାସନିକ କଟକଣା ରହୁଥିବାରୁ ପଶୁବଳିକୁ ନେଇ ମୁହାଁମୁହିଁ ହେଉଥିଲେ ଓ ଏହି ବଳି ସଂଖ୍ୟା କିଛି ମାତ୍ରା ରେ ହ୍ରାସ ପାଇବା ଦେଖାଯାଉଥିଲା । ପୋଲିସ ପ୍ରଶାସନ ଉପସ୍ଥିତ ସତ୍ତ୍ୱେ ତଥା ସରକାରୀ ଭାବେ ଚଳିତ ବର୍ଷ ସଚେତନତା କାର୍ଯ୍ୟକ୍ରମ କରାଯାଇ ନ ଥିବା ତଥା ସେଭଳି କିଛି କଟକଣା ନ ଥିବା ଯୋଗୁଁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରକାଶ ପାଉଛି । ଖଇରଗୁଡ଼ାର ବଡ଼ ଖଳା ଏବଂ କୁମୁରିଆର ସାନ ଖଳାରେ ପଶୁ ପକ୍ଷୀ ବଳି ଦିଆଯାଇଛି । ବ୍ୟାପକ ସଚେତନତା ଦ୍ୱାରା ଏହି ବଳି ପ୍ରଥା ପ୍ରତିହତ କରିହେବ ବୋଲି ସ୍ଵେଚ୍ଛାସବୀ ଅନୁଷ୍ଠାନ ‘ଜିବେଦୟା’ ତତଫରୁ ପ୍ରକାଶ କରାଯିବା ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆଗମୀ ଦିନରେ ବ୍ୟାପକ କରାଯିବା ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Popular Articles