Thursday, March 28, 2024

Top 5 This Week

Related Posts

ଗଜପତି ଜିଲ୍ଲାରେ ହାତୀ ଆତଙ୍କ : ଲକ୍ଷାଧିକ ଟଙ୍କା ର ଆଖୁ ଓ ଧାନ ଫସଲ ନଷ୍ଟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୮/୧୨) : ଗଜପତି ଜିଲ୍ଲାରେ ହାତୀ ଆତଙ୍କ ଯୋଗୁଁ ଲକ୍ଷାଧିକ ଟଙ୍କା ର ଆଖୁ ଓ ଧାନ ଫସଲ ଖାଇ ନଷ୍ଟ କରିଛନ୍ତି ।

ଗଜପତି ଜିଲ୍ଲାରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଖବର ନେବାରେ ଜଣା ପଡ଼ିଛିକି , କାଶୀନଗର ବ୍ଲକ ର ଇଦୁଡ଼ି, ବୁଦୁରା, ବଥବା, ରାଧା କୃଷ୍ଣ ପୁର ଅଞ୍ଚଳ ରେ ଆନ୍ଧ୍ର ରୁ ଆସିଥିବା ଚାରୋଟି କିଆ ହାତୀପଲ ବୁଦୁରା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ଥିବା ଲକ୍ଷାଧିକ ଟଙ୍କାର ଆଖୁ, ଧାନ ଫସଲ ଖାଇ ନଷ୍ଟ କରିଛନ୍ତି । ଗ୍ରାମ ଭିତର କୁ ମଧ୍ୟ ଚଷୁଳି ଆସି ଦୌରାତ୍ମ୍ୟ ସୃଷ୍ଟି କରୁଥିବା ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର ଅଭିଯୋଗ କରିଛନ୍ତି ।

ରାତ୍ରରେ ଗ୍ରାମବାସୀ ମାନେ ପହରା ଦେଇ ଢାମ୍ପା ବଜାଇ ନିଅହୁଳା ଧରି ଘୋଉଡାଉଛନ୍ତି । ଏପଟ କୃଷକ ମାନେ ଧାନ କାଟିବାକୁ ସଜ ବାଜ ହେଉଥିବା ବେଳେ ସବୁ ଧାନ ତକ ହାତୀ ଖାଇ ଚାଲିଛନ୍ତି । ବନ ବିଭାଗ ତତ୍ପର ହୋଇ ଦୁଇଟି ହାତୀ କୁ ଆନ୍ଧ୍ର ପଠାଇଥିଲେ ହେଲେ ଆନ୍ଧ୍ର ରେ ଥିବା ଦୁଇ ହାତୀ ଓ ଓଡ଼ିଶାରେ ଥିବା ଦୁଇ ହାତୀ ଏକା ହୋଇ ଚାରିଗୋଟି ମେଳି ହୋଇ ବୁଲି ଆତଙ୍କ ସୃଷ୍ଟି କରିଛନ୍ତି ।

ସେପଟ ବିସନଲ ବିଭାଗ ନାଚାର, ରାତ୍ର ହେଲେ ବିଦ୍ୟୁତ କଟ କରାଯାଉଛି, ଏସବୁ ପରିସ୍ଥିତି ସାହି ସମ୍ଭାଳି ଲୋକେ ଉତ୍ତେଜିତ ହୋଇପଡିଛନ୍ତି । ଆଗାମୀ ଦିନ ରେ ବନ ବିଭାଗ ଓ ପ୍ରଶାସନ କିଛି ପଦକ୍ଷେପ ନ ନେଲେ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ବୋଲି ଗ୍ରାମ ବାସୀ ଓ ଲୋକପ୍ରତିନିଧି ମାନେ କହିଛନ୍ତି । ଏଣୁ ତ୍ରାଙ୍କୁଳାଇଜ କରି ହାତୀ ମାନଙ୍କୁ ନ ଘଉଡ଼ାଇଲେ ଆଉ କିଛି ଚାଷ କରିବା ସମ୍ଭବ ନୁହଁ ବୋଲି ମତ ପ୍ରକଡ଼ ପାଇଛି ।

Popular Articles