୨୬ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ

0
100
୨୬ତମ

ରିପୋର୍ଟ : ପ୍ରେମାନନ୍ଦ ନାୟକ
ବୀରମହାରାଜପୁର, (୨୮/୧୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ପଡିଆରେ ଜୟ ଜଗନ୍ନାଥ ସ୍ପୋର୍ଟ କ୍ଲବ ଆନୁକୂଲ୍ୟରେ ହେଉଥିବା ୨୬ତମ ସର୍ବଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ ର ସୋମବାର ଥିଲା ପୁଲ-ବି ର ପ୍ରଥମ ମ୍ୟାଚ ।

୨୬ତମ ସର୍ବଭାରତୀୟ ଲୁତୁରପଙ୍କ କ୍ରିକେଟ କପ । ମ୍ୟାଚଟି ଏନଏନଏସ ଆହ୍ଲାବାଦ ଓ ଭାଇଜାଗ କ୍ରିକେଟ କ୍ଲବ ବିଶାଖାପାଟନା ମଧ୍ୟରେ ହୋଇଥିଲା । ମ୍ୟାଚଟି ଦୁଇଟି ଫର୍ମାଟ ବିଶିଷ୍ଟ ହୋଇଥିଲା । ପ୍ରଥମ ଫର୍ମାଟରେ ଆହ୍ଲାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭର ରେ ୭ ଉଇକେଟ ହରାଇ ୧୯୧ରନ କରିଥିଲା । ଦଳର ବିଶାଳ ସୁଶଲିଙ୍ଗ ୫୫ବଲରୁ ୧୦୦ରନ କରିଥିଲେ । ବିପକ୍ଷ ବିଶାଖାପାଟନାର ପବନ କୁମାର ଗତ୍ରେଦ୍ଦି ୨ଟି ଉଇକେଟ ନେଇଥିଲେ । ଜବାବରେ ବିଶାଖାପାଟନା ଦଳ ୧୯ ଓଭର ରେ ସମସ୍ତ ଉଇକେଟ ହରାଇ ୧୧୪ରନ କରିଥିଲା । ଦଳର ଏନ.ମହେସ ୨୦ ଓ ଡି.ସାଇରାମ ୧୬ରନ କରିଥିଲେ । ଆହ୍ଲାବାଦର ବିକାଶ ଚୌହାନ ୪ଟି ଓ ଉମର ୩ଟି ଉଇକେଟ ନେଇଥିଲେ ।

ଦ୍ଵିତୀୟ ଫର୍ମାଟରେ ଆହ୍ଲାବାଦ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୪ ଉଇକେଟ ହରାଇ ୧୫୬ରନ କରିଥିଲା । ଦଳର ବିଶାଲ ସୁଶଲିଙ୍ଗ ୨୬ ବଲରୁ ୭୫ରନ କରିଥିଲେ । ବିପକ୍ଷ ପ୍ରବିଣ ଗୁପ୍ତା ୨ଟି ଉଇକେଟ ନେଇଥିେଲେ ।ଜବାବରେ ବିଶାଖାପାଟନା ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୪ ଉଇକେଟ ହରାଇ ୭୩ରନ କରିଥିଲା । ଦଳର ବିକାଶ ରେଡି ୩୨ ରନ କରିଥିବା ବେଳେ ଆହ୍ଲାବାଦ ର ଶିଭମ ସିଂ, ସୋନୁ ଗୁପ୍ତା ଓ ଉମର ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଉଭୟ ଫର୍ମାଟରେ ବିଜୟୀ ହୋଇ ଆହ୍ଲାବାଦ ମ୍ୟାଚକୁ ଜିତି ସେମିଫାଇନାଲରେ ପ୍ରବେଶ କରିଛି ।

ପ୍ରାଣବନ୍ଧୁ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଲୁତୁରପଙ୍କ ସରପଞ୍ଚ ସୁର୍ଯ୍ୟ ନନ୍ଦ, ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା, ବୀରମହାରାଜପୁର ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷାନିକେତନ ର ଅଧ୍ୟକ୍ଷ ପଙ୍କଜ ଖମାରି,କୃଷକ ସଙ୍ଗଠନର ସଭାପତି ବୈକୁଣ୍ଠ ସତପଥି ଙ୍କ ସମେତ ଦୁର୍ଜନତୈଲା ସରପଞ୍ଚ ପ୍ରତିନିଧି ଶ୍ରୀନ୍ନିବାସ ଜଗଦଲା, ବହଳପଦର ସରପଞ୍ଚ ପ୍ରତିନିଧି ଗୋପାଳ ସେଠୀ ଓ କେନଝିରିଆପାଲି ସରପଞ୍ଚ ପ୍ରତିନିଧି ପ୍ରଦିପ ବାଦୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ ।

ଆହ୍ଲାବାଦ ର ବିଶାଳ ସୁଶଲିଙ୍ଗ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ମ୍ୟାଚଟିକୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ବୀରାଜ ମିଶ୍ର ଓ ଶ୍ୟାମସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ବାଙ୍କା ବିହାରୀ ମହାକୁର ସ୍କୋରିଂ, ଆଶିର୍ବାଦ ପ୍ରଧାନ ଅନଲାଇନ ସ୍କୋରିଂ ଏବଂ ମ୍ୟାକମିଲନ ମହାକୁର ଓ ଅଶିଷ ଦେଓ ଧାରାବିବରଣୀ ପ୍ରଦାନ କରିଥିଲେ । ମଙ୍ଗଳବାର ମ୍ୟାଚ ଫରେଷ୍ଟ କ୍ରିକେଟ କ୍ଲବ ଛତିଶଗଡ ଓ ରେଲୱେ ରାଞ୍ଚି ମଧ୍ୟରେ ହେବ ବୋଲି ଆୟୋଜକ ସତ୍ୟ ମହାକୁର ପ୍ରକାସ କରିଛନ୍ତି ।